ସମାଜ ଡିଜିଟାଲ ଡେସ୍କ: ବର୍ମିଂହାମ ଟେଷ୍ଟରେ ଭାରତକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିଛି। ୪ଦିନ ପ୍ରଥମ ସେସନ ଖେଳ ଜାରି ରହିଥିବାବେଳେ ଭାରତ ଏହାର ୨ୟ ପାଳିରେ ୧୪୧ ରନ କରି ୩ ଉଇକେଟ ହରାଇଛି। ଅଧିନାୟକ ଶୁବମନ ଗିଲ ୧୯ ଏବଂ ରୁଷଭ ପନ୍ତ ୧୦ ରନ କରି ଅପରାଜିତ ରହି ଖେଳୁଛନ୍ତି।
ଭାରତ ପ୍ରଥମ ପାଳିରେ ଗିଲଙ୍କ ଦ୍ଵିଶତକ ବଳରେ ୫୮୭ ରନ କରି ଅଲଆଉଟ ହୋଇଥିଲା। ଜବାବରେ ଇଂଲଣ୍ଡ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ମାତ୍ର ହ୍ୟାରି ବ୍ରୁକ ଏବଂ ଜେମି ସ୍ମିଥଙ୍କ ଶତକ ବଳରେ ଘରୋଇ ଦଳ ୪୦୭ ରନ କରିପାରିଥିଲା। ମହମ୍ମଦ ସିରାଜ ସର୍ବାଧିକ ୬ ଏବଂ ଆକାଶ ଦୀପ ୪ ଉଇକେଟ ନେଇଥିଲେ। ଫଳରେ ଭାରତ ପ୍ରଥମ ପାଳିରେ ୧୮୦ ରନରେ ଆଗୁଆ ରହିଥିଲା। ଭାରତ ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବାବେଳେ ୨ୟ ମ୍ୟାଚରେ ବିଜୟୀ ହେବା ଜରୁରୀ ହୋଇପଡ଼ିଛି। ଏଥିପାଇଁ ଭାରତକୁ ୨ୟ ପାଳିରେ ଭଲ ପ୍ରଦର୍ଶନ କରିବା ଜରୁରୀ ହୋଇପଡ଼ିଛି।



