www.samajalive.in
Friday, December 5, 2025
23.1 C
Bhubaneswar

ଚାରି ରାଜ୍ୟରେ ୨ ପତ୍ନୀ, ୨୦ ପ୍ରେମିକା; ନକଲି କନଷ୍ଟେବଳ ଗିରଫ

ଲକ୍ଷ୍ନୌ: ନିଜକୁ ଉତ୍ତର ପ୍ରଦେଶ ପୁଲିସ କନଷ୍ଟେବଳ ପରିଚୟ ଦେଇ ଏକାଧିକ ମହିଳାଙ୍କୁ ପ୍ରେମଜାଲରେ ଫସାଇଥିବା ବ୍ୟକ୍ତିକୁ ରାଜ୍ୟ ପୁଲିସ ଗତ ମଙ୍ଗଳବାର ଗିରଫ କରିଛି। ନୌସାଦ ତ୍ୟାଗୀ ନାମକ ଏହି ଅଭିଯୁକ୍ତ ଚାରିଟି ରାଜ୍ୟରେ ଏକାଧିକ ମହିଳାଙ୍କୁ ଠକିଥିବା ଜଣାପଡିଛି। ତାଙ୍କର ୨ ପତ୍ନୀ ଓ ୨୦ ପ୍ରେମିକା ରହିଛନ୍ତି। କିଛି ବର୍ଷ ପୂର୍ବେ ନୌସାଦ ଜଣେ ବନ୍ଧୁଙ୍କ ସହ ଉତ୍ତର ପ୍ରଦେଶର ସମ୍ଭଲରେ ବାସ କରୁଥିଲା। ବନ୍ଧୁ ଜଣକ କନଷ୍ଟେବଳ ଭାବେ କାର୍ଯ୍ୟ କରୁଥିଲେ। ୨୦୧୯ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ବନ୍ଧୁଜଣକ ମଧ୍ୟପ୍ରଦେଶ ଡ୍ୟୁଟିରେ ଯାଇଥିଲେ। ଏହି ସୁଯୋଗରେ ନୌସାଦ ବନ୍ଧୁଙ୍କ ପୁଲିସ ୟୁନିଫର୍ମ ଓ ବ୍ୟାଜ୍‌ ପିନ୍ଧି ମୁଜାଫରନଗର ପଳାଇଥିଲା। ସେଠାରେ ନୌସାଦ ପ୍ରଥମ ବିବାହ କରିଥିଲା। ପତ୍ନୀ ତାଙ୍କଠାରୁ ୨୩ ବର୍ଷ ବଡ ଥିଲେ। ଦ୍ବିତୀୟ ବିବାହ କରି ନୌସାଦ ପତ୍ନୀଙ୍କୁ ସିଭିଲ ଲାଇନ୍ସରେ ରଖିଥିଲା। ଏହାପରେ ମହିଳାଙ୍କୁ ଠକିବା ଚିନ୍ତା ତା ମୁଣ୍ଡକୁ ଜୁଟିଥିଲା। ଫେସବୁକ୍‌ରେ ନିଜକୁ ପୁଲିସ କନଷ୍ଟେବଳ ପରିଚୟ ଦେଇ ସେ ଏହି ଅଭିଯାନ ଆରମ୍ଭ କରିଥିଲା। ହିନ୍ଦୁ ମହିଳାଙ୍କ ନିକଟରେ ସେ ନିଜକୁ ରିକି ଓ ରାହୁଲ ନାମରେ ପରିଚୟ ଦେଇଥିବାବେଳେ ମୁସଲମାନ ମହିଳାଙ୍କ ପାଇଁ ନୌସାଦ ନାମ ବ୍ୟବହାର କରୁଥିଲା। ନୌସାଦ ବିଶେଷକରି ଦିଲ୍ଲୀ, ଉତ୍ତର ପ୍ରଦେଶ, ମେଘାଳୟ ଏବଂ ଆସାମର ମହିଳାଙ୍କୁ ଫସାଉଥିଲା।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories