www.samajalive.in
Friday, December 5, 2025
27.1 C
Bhubaneswar

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଘାନାର ଜାତୀୟ ସମ୍ମାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜଣେ ବିଶିଷ୍ଟ ରାଜନେତା ତଥା ତାଙ୍କ ପ୍ରଭାବଶାଳୀ ବିଶ୍ୱ ନେତୃତ୍ୱର ସ୍ୱୀକୃତି ସ୍ୱରୂପ ଘାନାର ଜାତୀୟ ସମ୍ମାନ ‘ଅଫିସର ଅଫ୍ ଦି ଅର୍ଡର ଅଫ୍ ଦି ଷ୍ଟାର ଅଫ୍ ଘାନା’ ମିଳିଛି। ଗୁରୁବାର ଘାନାର ରାଷ୍ଟ୍ରପତି ଜନ୍ ଡ୍ରାମାନି ମହାମା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ୧୪୦ କୋଟି ଭାରତୀୟଙ୍କ ପକ୍ଷରୁ ଏହି ପୁରସ୍କାର ଗ୍ରହଣ କରି ପ୍ରଧାନମନ୍ତ୍ରୀ ଏହି ସମ୍ମାନକୁ ଭାରତର ଯୁବପିଢ଼ିଙ୍କ ଆକାଂକ୍ଷା, ଏହାର ସାଂସ୍କୃତିକ ପରମ୍ପରା ଏବଂ ବିବିଧତା ତଥା ଘାନାର ଐତିହାସିକ ସମ୍ପର୍କ ପ୍ରତି ଉତ୍ସର୍ଗ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ବିଶେଷ ସମ୍ମାନ ପାଇଁ ଘାନାର ଜନସାଧାରଣ ଏବଂ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୋଦୀ କହିଛନ୍ତି ଯେ ଦୁଇ ଦେଶର ସମନ୍ୱିତ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ପରମ୍ପରା ଏହି ସହଭାଗିତାକୁ ସୁଦୃଢ କରିବ। ସେ ଉଲ୍ଲେଖ କରିଥିଲେ ଯେ ଏହି ପୁରସ୍କାର ଦୁଇ ଦେଶ ମଧ୍ୟରେ ବନ୍ଧୁତାକୁ ଆହୁରି ନିବିଡ଼ କରିବ ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ଆଗକୁ ନେବା ପାଇଁ ତାଙ୍କୁ ଏକ ନୂତନ ଦାୟିତ୍ୱ ପ୍ରଦାନ କରିବ। ତାଙ୍କର ଐତିହାସିକ ଘାନା ଗସ୍ତ ଭାରତ-ଘାନା ସମ୍ପର୍କକୁ ଆହୁରି ସୁଦୃଢ କରିବ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଘାନା ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ମୋଦୀ ଏଠାକାର ପାର୍ଲାମେଣ୍ଟରେ ଉଦ୍‌ବୋଧନ ଦେଇଥିଲେ। ମୋଦୀ କହିଥିଲେ ଯେ ଗଣତନ୍ତ୍ର ଆମ ପାଇଁ କେବଳ ଏକ ବ୍ୟବସ୍ଥା ନୁହେଁ; ଏହା ଆମର ଏକ ମୌଳିକ ମୂଲ୍ୟବୋଧ। ଭାରତର ବିଭିନ୍ନ ରାଜ୍ୟରେ ୨୨ଟି ରାଜନୈତିକ ଦଳ ଶାସନ କରୁଛନ୍ତି। ସେହିପରି ଭାରତରେ ୨୨ଟି ସରକାରୀ ଭାଷା ରହିଥିବାବେଳେ ହଜାରରୁ ଅଧିକ ଆଞ୍ଚଳିକ ଭାଷା ରହିଛି। ଭାରତକୁ ଯେଉଁ ବିଦେଶୀ ନାଗରିକ ଆସନ୍ତି ସେମାନଙ୍କୁ ଖୋଲା ହୃଦୟର ସହିତ ସ୍ବାଗତ କରାଯାଇଥାଏ। ଘାନା​‌ ପାର୍ଲାମେଣ୍ଟ (ସଂସଦ)ରେ ଉଦ୍‌ବୋଧନ ଦେବା ପରେ ମୋଦୀ ପାର୍ଲାମେଣ୍ଟର ସଦସ୍ୟଙ୍କ ସହିତ କରମର୍ଦ୍ଦନ କରିଥିଲେ। ଭାରତ ଓ ଘାନା ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ କାରବାର ବୃଦ୍ଧି ପାଇଁ ମୋଦୀ ଘାନା ରାଷ୍ଟ୍ରପତି ଜନ୍ ଡ୍ରାମାନି ମହାମାଙ୍କ ସହିତ କଥାବାର୍ତ୍ତା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ବୁଧବାର ଠାରୁ ୮ଦିନିଆ ପାଞ୍ଚ ରାଷ୍ଟ୍ର ଗସ୍ତ ଆରମ୍ଭ କରିଛନ୍ତି। ଘାନା ପରେ ମୋଦୀ ତ୍ରିନିଦାଦ ଓ ଟବାଗୋ, ଆର୍ଜେଣ୍ଟିନା, ବ୍ରାଜିଲ ଏବଂ ନାମ୍ବିଆ ଗସ୍ତ କରିବେ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories