ଟିଟିଲାଗଡ: ଟିଟିଲାଗଡ଼ ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଦିଲେଶ୍ଵର ମାଝୀଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଟିଟିଲାଗଡ଼ ସ୍ଥିତ ସରକାରୀ ବାସଭବନରେ ଭିଜିଲାନ୍ସ ରେଡ ହୋଇଛି । ଆଜି ସକାଳୁ ଭିଜିଲାନ୍ସ ଟିମ ପାଚେରୀ ଡେଇଁ ଘରେ ପ୍ରବେଶ କରି ଖୋଲତାଡ଼ ଜାରୀ ରଖିଛନ୍ତି । ପୂର୍ତ୍ତ ବିଭାଗ କାର୍ୟ୍ୟାଳୟ, ସମ୍ବଲପୁର, ବ୍ରଜରାଜନଗର, ଝାରସୁଗୁଡାରେ ଶ୍ରୀ ମାଝିଙ୍କ ଘର ସମେତ ତାଙ୍କ ଶ୍ୱଶୁର ଘର, ପୈତୃକ ଘରେ ମଧ୍ୟ ରେଡ ଚାଲିଥିବା ଭିଜିଲାନ୍ସ ଡ଼ିଏସପି ପୁଲସ୍ତି ଛତ୍ରିଆ ସୂଚନା ଦେଇଛନ୍ତି ।
Popular Categories



