www.samajalive.in
Tuesday, December 9, 2025
16.1 C
Bhubaneswar

ପ୍ରତ୍ୟକ୍ଷ ବିଦେଶ ପୁଞ୍ଜି ନିବେଶରେ ୭% ହ୍ରାସ

ନୂଆଦିଲ୍ଲୀ : ଭାରତରେ ଚଳିତ ଆର୍ଥିକ ବର୍ଷର ଅପ୍ରେଲ-ଡିସେମ୍ବରର ୯ ମାସରେ ପ୍ରତ୍ୟକ୍ଷ ବିଦେଶ ପୁଞ୍ଜି ନିବେଶ (ଏଫଡିଆଇ) ୭% ହ୍ରାସ ପାଇଛି। ଏହି ୯ ମାସ ମଧ୍ୟରେ ୩୩.୪୯ ଶହ କୋଟି ଡଲାର ଏଫଡିଆଇ ଆସିଛି ବୋଲି ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରାଳୟ ସୂତ୍ରରୁ ଜଣାପଡିଛି। ୨୦୧୭-୧୮ ଆର୍ଥିକ ବର୍ଷର ଏହି ଅବଧି ମଧ୍ୟରେ ୩୫.୯୪ ଶହ କୋଟି ଡଲାର ଏଫଡିଆଇ ଆସିଥିଲା।
ଏହି ୯ ମାସର ଅବଧିରେ ସେବା କ୍ଷେତ୍ର ୫.୯୧ ଶହ କୋଟି ଡଲାର ଏଫଡିଆଇ ପାଇଥିବା ବେଳେ କମ୍ପ୍ୟୁଟର ସଫ୍ଟୱେର ଏବଂ ହାର୍ଡୱେର ୪.୭୫ ଶହ କୋଟି ଡଲାର, ଟେଲିକମ୍ୟୁନିକେଶନ ୨.୨୯ ଶହ କୋଟି ଡଲାର, ଟ୍ରେଡିଂରେ ୨.୩୩ ଶହ କୋଟି ଡଲାର, ରସାୟନ ୬.୦୫ ଶହ କୋଟି ଏବଂ ଅଟୋମୋବାଇଲ କ୍ଷେତ୍ର ୧.୮୧ ଶହ କୋଟି ଡଲାର ଏଫଡିଆଇ ପାଇଛନ୍ତି।
୨୦୧୮-୧୯ ଆର୍ଥିକ ବର୍ଷର ଅପ୍ରେଲ-ଡିସେମ୍ବର ୯ ମାସ ମଧ୍ୟରେ ସିଙ୍ଗାପୁର ସର୍ବାଧିକ ଏଫଡିଆଇ ପାଇଛି। ଏହି ଅବଧି ମଧ୍ୟରେ ସିଙ୍ଗାପୁର ୧୨.୯୭ ଶହ କୋଟି ଡଲାର ଏଫଡିଆଇ ପାଇଥିବାବେଳେ ମରିସସ୍‍ ୬ ଶହ କୋଟି, ନେଦରଲ୍ୟାଣ୍ଡ ୨.୯୫ କୋଟି, ଜାପାନ ୨.୨୧ ଶହ କୋଟି, ଆମେରିକା ୨.୩୪ ଶହ କୋଟି ଏବଂ ବ୍ରିଟେନ୍‍ ୧.୦୫ ଶହ କୋଟି ଡଲାର ଏଫଡିଆଇ ପାଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories