www.samajalive.in
Wednesday, December 10, 2025
26.1 C
Bhubaneswar

ଅତିରିକ୍ତ କମିଶନରଙ୍କୁ ମାଡ ଘଟଣାରେ ବର୍ଷିଲା ବିଜେଡି, ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ଵର: ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ ଘଟଣାକୁ ଦୃଢ ନିନ୍ଦା କରିଛି ବିଜୁ ଜନତା ଦଳ। ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀ କରି ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି। ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କୁ ତୁରନ୍ତ ଗିରଫ କରାଯାଉ। ସରକାରଙ୍କର ଅହଙ୍କାର ଚରମ ସୀମାରେ ପହଞ୍ଚିଲାଣି। ଓଡ଼ିଶାର ନାମ ଏବେ ତଳକୁ ଖସି ଯାଇଛି। ଜଗନ୍ନାଥ ପ୍ରଧାନ ସ୍ୱୀକାର କରିବାପରେ ମଧ୍ୟ ପୁଲିସ କାହିଁକି ଗିରଫ କରୁନି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ନେତା ଅଶୋକ ପଣ୍ଡା। ସେ ଆହୁରି କହିଛନ୍ତି, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଠିକ୍ ନାହିଁ। ଏହା ଲୋକଙ୍କ ସରକାର ନୁହେଁ, ଲୋକଙ୍କ ବିରୋଧୀ ସରକାର।

ଏହା ଏକ ଦୁଃଖଦ ଘଟଣା। ଆମେ ସମସ୍ତେ ଭୟଭୀତ। ସରକାରୀ କର୍ମଚାରୀ ସୁରକ୍ଷିତ ନାହାନ୍ତି। ମୁଖ୍ୟ ଚକ୍ରାନ୍ତକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଘଟଣାରେ ସମ୍ପୃକ୍ତଥିବା ଅନ୍ୟମାନଙ୍କୁ ଗିରଫ କରାଯାଉ। ନିଜେ ସେ ସ୍ୱୀକାର କରିଛନ୍ତି ସେମାନଙ୍କୁ ଜାଣିଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ଏହାର ଅନୁଧ୍ୟାନ କରନ୍ତୁ ବୋଲି କହିଛନ୍ତି ମେୟର ସୁଲୋଚନା ଦାସ।

- Advertisement -

ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି, ଜାତୀୟ ଗଣମାଧ୍ୟମରେ ଏହି ଖବର ଆସୁଛି। ଅମାନୁଷିକ ଭାବେ ଆକ୍ରମଣ ହୋଇଛି। ମୁଁ ବି ୧୦ ବର୍ଷ ମେୟର ଥିଲି, ବ୍ରିଟିଶମାନଙ୍କଠାରୁ ଏମାନେ ବଳିଗଲେ। ଆମର ଦୁଇ ମହିଳା କର୍ପୋରେଟର ଆହତ ହୋଇଛନ୍ତି। ସେମାନେ ଏକ ପ୍ରକାର ରକ୍ତମୁଖା ହୋଇ ଆସିଥିଲେ। ଆମେ ସ୍ଵାଧୀନ ଭାରତରେ ନାହୁଁ। ଆଇନକୁ ସମ୍ମାନ ଦିଆଯାଉ।

 

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories