ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ କହିଛନ୍ତି, ଦ୍ରୁତ ବୈଷୟିକ ବିକାଶ ଯୁଗରେ ଶକ୍ତି ଓ ପରିବେଶ ସବୁଠୁ ଚିନ୍ତାର ବିଷୟ। ନୂଆଦିଲ୍ଲୀରେ ଶକ୍ତି ଓ ପରିବେଶ ଆନ୍ତର୍ଜାତିକ ସମ୍ମିଳନୀ ଓ ପ୍ରଦର୍ଶନୀରେ ସେ ପରିବେଶ ସୁରକ୍ଷା ପାଇଁ ବାସ୍ତବ ନୀତି ପ୍ରଣୟନ ସକାଶେ ନୀତି ନିର୍ଦ୍ଧାରଣକାରୀମାନଙ୍କୁ ନିବେଦନ କରିଛନ୍ତି। ଶ୍ରୀ କୋବିନ୍ଦ୍ କହିଛନ୍ତି, ଲୋକମାନଙ୍କୁ ଶସ୍ତାରେ ଶକ୍ତି ଯୋଗାଇଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ। ରାଷ୍ଟ୍ରପତି କହିଛନ୍ତି, ଭାରତ ପ୍ୟାରିସ ଜଳବାୟୁ ସମ୍ମିଳନୀରେ ୨୦୩୦ ସୁଦ୍ଧା ପ୍ରଦୂଷଣ ନିର୍ଗମନ ମାତ୍ରା କମ କରିବା ପାଇଁ ପ୍ରତିଶୃତି ଦେଇଛି। ବିଜ୍ଞାନ ଏବଂ ପ୍ରାଦ୍ୟୋଗିକି ମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନ କହିଛନ୍ତି, ସରକାର ସ୍ଵଛ ଶକ୍ତି ପାଇଁ ନିରନ୍ତର ଶକ୍ତି ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ଭାରତ ଦୃତ ବିକାଶ କରୁଥିବାରୁ, ସ୍ଵଛ ଶକ୍ତି ଏବଂ ଜଳର ଆବଶ୍ୟକତା ବୃଦ୍ଧି ହେଉଥିବା ସେ କହିଛନ୍ତି।
Popular Categories



