ନୂଆଦିଲ୍ଲୀ: ୨୦୧୯ ମାର୍ଚ୍ଚ ମାସ ପରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର କାର୍ଯ୍ୟକାରିତା ଅବଧି ବୃଦ୍ଧି ପାଇଁ ମନ୍ତ୍ରୀ ପରିଷଦ ମଞ୍ଜୁରୀ ପ୍ରଦାନ କରିଛନ୍ତି। ୨୦୨୨ ମସିହା ସୁଦ୍ଧା ଏହି ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ଏକ କୋଟି ୯୫ ଲକ୍ଷ ଗୃହ ନିର୍ମାଣ ପାଇଁ ଲକ୍ଷ୍ୟ ରଖା ଯାଇଛି। ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ କହିଛନ୍ତି, ଏହି ପର୍ଯ୍ୟାୟରେ ଯୋଜନାର ଉପସ୍ଥିତ ଆଇନଗୁଡ଼ିକ ଜାରି ରହିବ ଏବଂ ୨୦୧୯-୨୦ ବର୍ଷରେ ୬୦ ଲକ୍ଷ ଘର ନିର୍ମାଣ କରାଯିବ। ଏଥିପାଇଁ ୭୬ ହଜାର ୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ।
Popular Categories



