www.samajalive.in
Wednesday, December 10, 2025
26.1 C
Bhubaneswar

ବାସି ଗୁଣ୍ଡିଚାରେ ଦାମାହୁଦା ରଥଯାତ୍ରା , ଯୋଗ ଦେଲେ ୨୦ ହଜାର ଶ୍ରଦ୍ଧାଳୁ

ପାଟଣା : ସାହାରପଡ଼ା ବ୍ଲକ ଅନ୍ତର୍ଗତ ଦାମାହୁଦା ପଞ୍ଚାୟତ ଗୋଜାପଥର-ଦାମାହୁଦା ବଡଦାଣ୍ଡରେ ପ୍ରତି ବର୍ଷ ଭଳି ବାସି ଗୁଣ୍ଡିଚାରେ ୨୮ ତାରିଖ ଶନିବାର ଦିନ ୨୪ତମ ରଥ ଯାତ୍ରା ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ବାରିପଦାର ରଥକୁ ଅନୁସରଣ କରି ଏହି ରଥ ଯାତ୍ରା ଅନୁଷ୍ଠିତ ହେଉଥିବାରୁ ଏଠାରେ ମଧ୍ଯ କେବଳ ମହିଳାମାନଙ୍କ ଦ୍ବାରା ହିଁ ରଥ ଟଣା ହୋଇଥାଏ। ଅପରାହ୍ନ ୪ ଟାରେ ମନ୍ଦିର ପୂଜକ କ୍ଷେତ୍ର ମୋହନ ଦାଶଙ୍କ ଦ୍ବାରା ତିନି ଠାକୁରଙ୍କ ନୀତିକାନ୍ତି ପରେ ଅବସର ପ୍ରାପ୍ତ ବରିଷ୍ଠ ଶିକ୍ଷକ ଗୌରହରୀ ମହାନ୍ତ ଛେରା ପହଁରା କରିଥିଲେ। ପରିଚାଳନା କ୍ଷେତ୍ରରେ ସର୍ବଶ୍ରୀ ମିଥୁନ ମହାନ୍ତ, ରଙ୍ଗାଧର ମହାନ୍ତ, ପଦ୍ମଲୋଚନ ମାରାଣ୍ଡି, ଭଗୀରଥ ମହାନ୍ତ, ଦୟାନିଧି ମହାନ୍ତ, ରାଜେନ୍ଦ୍ର ମହାନ୍ତ, ସୁଶାନ୍ତ ପାତ୍ର, ରାଜେନ୍ଦ୍ର ମହାନ୍ତ, ରଂଜନ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସ୍ଥାନୀୟ ବସ ମାଲିକ ହରିଶ୍ଚନ୍ଦ୍ର ମହାନ୍ତ ସକ୍ରିୟ ଅଂଶଗ୍ରହଣ କରି ଉତ୍ସବର ସଫଳ ରୂପାୟନ କରିଥିବା ବେଳେ ଭାଷ୍ଯକାର ଉଗ୍ରସେନ ବାରିକ ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ଦେଇଥିଲେ। ଏହି ରଥ ଯାତ୍ରାରେ ୨୦ ହଜାରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହୋଇଥିଲା ବେଳେ ସ୍ଥାନୀୟ ପୁଲିସ ପ୍ରଶାସନ ଏବଂ ଡ୍ରାଇଭର ମହାସଂଘର ଭାଇ ମାନଙ୍କ ସକ୍ରିୟ ସହଯୋଗରେ ଉତ୍ସବ ସମାପନ ହୋଇଥିଲା।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories