www.samajalive.in
Monday, December 8, 2025
27.1 C
Bhubaneswar

ମାସୁଦଙ୍କୁ ନିଷେଧ କରିବାକୁ ଜାତିସଂଘରେ ପ୍ରସ୍ତାବ ଦେବ ଫ୍ରାନ୍ସ

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ପରେ ଜୈଶ ଆତଙ୍କାବାଦୀ ସଂଗଠନ ମୁଖ୍ୟ ମାସୁଦ ଆଝାରଙ୍କୁ ମିଳିତ ଜାତିସଂଘ ବିଶ୍ଵ ଆତଙ୍କବାଦୀ ଘୋଷଣା କରିବାକୁ ଭାରତ ସମେତ ବିଭିନ୍ନ ରାଷ୍ଟ୍ର ଦାବି କରୁଛନ୍ତି। କିନ୍ତୁ ଜାତିସଂଘ ସୁରକ୍ଷା ପରିଷଦରେ ସଦସ୍ୟ ଥିବା ଚୀନ ତାହାର ଭିଟୋ ପାୱାର ବଳରେ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଆସୁଛି। ଏହି ପରିପ୍ରେକ୍ଷୀରେ ମାସୁଦଙ୍କୁ ନିଷେଧ କରିବା ଲାଗି ଫ୍ରାନ୍ସ ପକ୍ଷରୁ ମିଳିତ ଜାତିସଂଘ ନିକଟରେ ପ୍ରସ୍ତାବ ଦିଆଯିବ ବୋଲି ଦେଶ ଘୋଷଣା କରିଛି। ଆଗାମୀ କିଛି ଦିନ ମଧ୍ୟରେ ଫ୍ରାନ୍ସ ଏ ନେଇ ପ୍ରସ୍ତାବ ଦେବ। ଫ୍ରାନ୍ସ ରାଷ୍ଟ୍ରପତିଙ୍କ କୁଟନୈତିକ ଉପଦେଷ୍ଟା ଫିଲିପ୍‌ ଏଟିନ ଭାରତର ଜାତୀୟ ସୁରକ୍ଷା ଉପଦେଷ୍ଟା(ଏନଏସଏ) ଅଜିତ ଡୋଭାଲଙ୍କୁ ଟେଲିଫୋନ କରି ଏ ସମ୍ପର୍କରେ ଜଣାଇଛନ୍ତି।

ଫ୍ରାନ୍ସ ୨ୟ ଥର ପାଇଁ ଏହି ପ୍ରସ୍ତାବ ନେବ। ପୂର୍ବରୁ ୨୦୧୭ରେ ବ୍ରିଟେନ ଏବଂ ଫ୍ରାନ୍ସ ସମର୍ଥନରେ ଆମେରିକା ପକ୍ଷରୁ ମାସୁଦଙ୍କୁ ନିଷେଧ କରିବାକୁ ଜାତିସଂଘ ସୁରକ୍ଷା ପରିଷଦ ନିକଟରେ ଦାବି କରାଯାଇଥିଲା। ମାତ୍ର ଚୀନର ବିରୋଧ ଯୋଗୁ ପ୍ରସ୍ତାବ ଖାରଜ ହୋଇଯାଇଥିଲା। ବର୍ତ୍ତମାନ ପୁଲୱାମା ଆକ୍ରମଣ ପରେ ଜାତିସଂଘ ପକ୍ଷରୁ ମାସୁଦଙ୍କୁ ବିଶ୍ଵ ଆତଙ୍କବାଦୀ ଘୋଷଣା କରାଯିବା ପ୍ରସ୍ତାବ ଉପ​‌ରେ ସାନି ଚିନ୍ତା କରିବ ବୋଲି କହିବା ପରେ ଫ୍ରାନ୍ସ ଏହି ପଦକ୍ଷେପ ନେବ ବୋଲି ଜଣାପଡ଼ିଛି। ଜାତିସଂଘ ସୁରକ୍ଷା ପରିଷଦର ଅନ୍ୟତମ ସ୍ଥାୟୀ ସଦସ୍ୟ ରୁଷ ମଧ୍ୟ ଭାରତର ପ୍ରସ୍ତାବକୁ ସମର୍ଥନ କରୁଛି।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories