www.samajalive.in
Saturday, December 6, 2025
26.1 C
Bhubaneswar

ଶୃଙ୍ଖଳିତ ଭାବେ ଶେଷ ହେଲା ଅଟ୍ଟାଳି ଜଗନ୍ନାଥଙ୍କ ଘୋଷଯାତ୍ରା

ଆଠଗଡ଼ : ଆଠଗଡ଼ର ଆରାଧ୍ୟ ପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ଦେବଙ୍କ ଘୋଷଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ ନିର୍ଦ୍ଧାରିତ ସମୟରେ ଶେଷ ହୋଇଛି। ପାଗ ଅନୁକୁଳ ଥିବାରୁ ପ୍ରାୟ ୩୦ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କର ସମାଗମ ଦେଖିବାକୁ ମିଳିଥିଲା। ଅଟ୍ଟାଳି ଜଗନ୍ନାଥ ଦେବଙ୍କ ବଡରଥକୁ ସବୁବର୍ଗର ଶ୍ରଦ୍ଧାଳୁ ଏବଂ ଜଗନ୍ନାଥ ବଲ୍ଲଭ ମଠର ସାନ ରଥକୁ କେବଳ ମହିଳାମାନେ ଆନନ୍ଦ ଉଲ୍ଲାସ ମଧ୍ୟରେ ଟାଣି ନେଇଥିଲେ। ପ୍ରସ୍ତୁତି ବୈଠକର ନିଷ୍ପତ୍ତି ଅନୁଯାୟୀ ଚଳିତବର୍ଷ ଶ୍ରୀ ଜୀଉଙ୍କର ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହୋଇ ଅପରାହ୍ନ ୧୨.୩୦ମି ସୁଦ୍ଧା ରଥ ପ୍ରତିଷ୍ଠା ଏବଂ ୩.୩୦ମି ସୁଦ୍ଧା ପହଣ୍ଡି ବିଜେ କରାଯାଇଥିଲା। ଅପରାହ୍ନ ୪ଟାରେ ରାଜପୁରୋହିତ ସୁଶାନ୍ତ କୁମାର ମିଶ୍ର ଛେରାପହଁରା କରିବା ପରେ ରଥ ଟଣା ଆରମ୍ଭ ହୋଇ ସନ୍ଧ୍ୟା ପୂର୍ବରୁ ପୁରୁଣା ବସଷ୍ଟାଣ୍ଡସ୍ଥିତ ଗୁଣ୍ଡିଚା ମନ୍ଦିର ରଥ ଖଳାରେ ପହଞ୍ଚି ଯାଇଥିଲା । ପ୍ରତ୍ୟୁଷରୁ ଅଟ୍ଟାଳି ଜଗନ୍ନାଥ ଦେବଙ୍କର ସମସ୍ତ ପାରମ୍ପରିକ ନୀତି ରାଜ ପୁରୋହିତ ଶ୍ରୀ ମିଶ୍ର ସଂପନ୍ନ କରିଥିବାବେଳେ ଏହି ସମସ୍ତ ପୂଜାନୀତି କାର୍ଯ୍ୟକ୍ରମ ପରିଚାଳନାରେ ବଡପଣ୍ଡା ଶରତ କୁମାର ପଣ୍ଡା, ସୁଶାନ୍ତ କୁମାର ପଣ୍ଡା, ସ୍ୱାଗତ କୁମାର ପଣ୍ଡା, ଗୌତମ ପଣ୍ଡାଙ୍କ ସମେତ ସମସ୍ତ ସେବାୟତ ସହଯୋଗ କରିବାରୁ ସମୟ ନିର୍ଘଣ୍ଟ ମଧ୍ୟରେ ସମସ୍ତ ନୀତି ସମ୍ପନ୍ନ ହୋଇଥିଲା । ସଂକୀର୍ତ୍ତନ ମହାମଣ୍ଡଳ ସଭାପତି ଅଜୟ କୁମାର ଦାସଙ୍କ ନେତୃତ୍ବରେ ରଥ ସମ୍ମୁଖରେ ୨୮ ମଣ୍ଡଳ ସଂକୀର୍ତ୍ତନ ପରିବେଷଣ କରିଥିଲେ । ଦେବୋତ୍ତର କାର୍ଯ୍ଯନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ରଥ ଯାତ୍ରା ପରିଚାଳନାରେ ବିଭାଗୀୟ ସୁପରଭାଇଜର ଭବାନୀ ଶଙ୍କର ପଣ୍ଡାଙ୍କ ସମେତ ଯାତ୍ରା ପରିଚାଳନା କମିଟିର ସମସ୍ତ ସଦସ୍ଯ ସହଯୋଗ କରିଥିଲେ । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଆଇଆଇସି ସୁମତି ମହାନ୍ତିଙ୍କ ନେତୃତ୍ବରେ ବହୁ ପୁଲିସ ଅଧିକାରୀ ଓ କର୍ମଚାରୀ ନିୟୋଜିତ ହୋଇଥିଲେ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories