www.samajalive.in
Saturday, December 6, 2025
26.1 C
Bhubaneswar

ଗୁମାବାହାଲ ନିକଟରେ ରାସ୍ତାରେ ପଡିଲା ଗଛ

କଲମପୁର : ଗତ ସୋମବାର ଠାରୁ ଦୀର୍ଘ ୪ ଦିନ ଧରି ଲାଗି ରହିଛି ଲଗାଣ ବର୍ଷା। ଏହି ଲଗାଣ ବର୍ଷା ଯୋଗୁଁ ଗୁରୁବାର ଭୋରରୁ କଲମପୁର ଠାରୁ ଥୁଆମୁଳ ରାମପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଗୁମାବାହାଲ ନିକଟରେ ଏକ ବିରାଟକାୟ ଆମ୍ବ ଗଛ ଉପୁଡିଯାଇ ରାସ୍ତା ଉପରେ ପଡିଯାଇଛି। ଗଛ ପଡି ରାସ୍ତା ଅବରୋଧ ହେବା ଯୋଗୁଁ ଏହି ରାସ୍ତା ଦେଇ ଯାତାୟତ ବାଧାପ୍ରାପ୍ତ ହେଇଥିଲା। କଲମପୁର ବଲାଙ୍ଗିର, ମୁଖିଗୁଡା, ଭବାନୀପାଟଣା ଭାୟା କଲମପୁର, ଚୁରାଗାଁ ଭାବାନୀପାଟଣା ଭାୟା କଲମପୁର, ଭୁବନେଶ୍ୱର ମୁଖିଗୁଡା ଭାୟା କଲମପୁର, କଲମପୁର ବନ୍ଧକନା, ବିଜମରା ଆଦି ଅଂଚଳକୁ ଯାତାୟତ କରୁଥିବା ଯାତ୍ରୀ ବାହୀ ବସ୍‌ ଚଳାଚଳ ପ୍ରଭାବିତ ହେଇଛି। ଦୀର୍ଘ ସମୟ ଧରି ଯାତ୍ରୀମାନେ ଘଟଣାସ୍ଥଳରେ ଅଟକି ଯାଇ ହଇରାଣ ହରକତ ହେଇଛନ୍ତି। ଏହାସହ ବନ୍ଧକନା, ହାରାମାଲ, ପରୁଆଗୁଡା, ତେନ୍ତୁଳିଖୁଣ୍ଟି, ପଣ୍ଡିଗାଁ ଧାନ ମଣ୍ଡିରୁ ଧାନ ବୋଝେଇ କରି ନେଉଥିବା ଏବଂ ଧାନ ବୋଝେଇ କରିବା ପାଇଁ ଯାଉଥିବା ବହୁ ଟ୍ରକ ଦୀର୍ଘ ସମୟ ଧରି ରାସ୍ତାର ଉଭୟ ପାଶ୍ୱର୍ରେ ଅଟକି ରହିଥିଲା। ଏହି ରାସ୍ତା ଦେଇ ଥୁଆମୁଳ ରାମପୁର, ମୁଖିଗୁଡା, ଜୟପାଟଣା ଅଂଚଳକୁ ଯାତାୟତ ଠପ୍‌ ହେଇଯାଇଥଲା। ଏନେଇ କଲମପୁର ଅଗ୍ନିଶମ ବିଭାଗକୁ ସୂଚନା ଦେବା ପରେ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚି ଗଛ କାଟି ସଫା କରିବା ପରେ ଯାତାୟତ ସ୍ୱଭାବିକ ହେଇଛି ।

ଶକ୍ତିଶାଳୀ ରାଜଯୋଗ.. ଏହି ରାଶିଙ୍କ ଜୀବନରେ ହେବ ବଡ ପରିବର୍ତ୍ତନ; ବର୍ଷିବ ଧନ, କିଣିବେ ଘର,ଗାଡି..

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories