ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜଙ୍ଗଲୀ ଜୀବଜନ୍ତୁଙ୍କ ଅନେକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ୍ ହୋଇଥାଏ । ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିଥାଏ । ତେବେ କୁମ୍ଭୀରକୁ ଏକ ଚାଲାକ୍ ଶିକାରୀ ବୋଲି କୁହାଯାଏ । ନିକଟରେ ଭାଇରାଲ୍ ହେଉଥିବା କୁମ୍ଭୀରର ଏକ ଭିଡିଓ ଏବେ ଦ୍ରୁତ ଗତିରେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓଟି ଏକ କୁମ୍ଭୀର ଓ ହରିଣର । ଭିଡିଓ ଭାଇରାଲ୍ ହେବା ପରେ ଲକ୍ଷ ଲକ୍ଷ ଲୋକେ ଏହାକୁ ଦେଖିବା ସହ ଭିନ୍ନ ଭିନ୍ନ ମତ ଦେଇଛନ୍ତି ।
ଭିଡିଓଟି ୧୨ ସେକେଣ୍ଡର । ମାତ୍ର ଏହାକୁ ଦେଖିବା ପରେ ଭୟଭୀତ ମଧ୍ୟ ଅନୁଭବ ହେଉଛି । ଭିଡିଓର ଆରମ୍ଭରେ ଦେଖିପାରିବେ, ଏକ ହରିଣ ନଦୀ କୂଳରେ ଠିଆ ହୋଇ ଆରାମରେ ପାଣି ପିଉଛି । ସେହି ସମୟରେ ପାଣି ଭିତରେ ଲୁଚି ରହିଥିବା ଏକ ବିଶାଳକାୟ କୁମ୍ଭୀର କିଛି କ୍ଷଣରେ ହରିଣଟି ଉପରେ ଆକ୍ରମଣ କରୁଛି । କୁମ୍ଭୀର ଏମିତି ଆକ୍ରମଣ କରିଛି ଯେ, ହରିଣ ନିଜକୁ ରକ୍ଷା କରିବାକୁ ଆଦୌ ସକ୍ଷମ ହୋଇ ପାରି ନାହିଁ । ହରିଣଟି ନିଜ ଜୀବନ ରକ୍ଷା କରିବାକୁ ଚେଷ୍ଟା କରୁଛି, ମାତ୍ର ସେ ଅସଫଳ ହେଉଛି । କୁମ୍ଭୀର ଆକ୍ରମଣରେ ହରିଣର ଜୀବନ ଚାଲିଯାଉଛି ।



