www.samajalive.in
Saturday, December 6, 2025
26.1 C
Bhubaneswar

ଅସହ୍ୟ ହେଲାଣି ଅଭାବୀ ଧାନ ବିକ୍ରି ; ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ରେଙ୍ଗାଲିକ୍ୟାମ୍ପ: ମୌସୁମୀର ଆଗମନ ଚାଷୀଙ୍କୁ ଖୁସି ଦେଇଥାଏ ନୂତନ ଫସଲ ଆରମ୍ଭ ପାଇଁ। କିନ୍ତୁ ଏଥର ମୌସୁମୀ ଶୀଘ୍ର ଆସି ଖୁସି ବଦଳରେ ଚାଷୀଙ୍କ ଭାଗ୍ୟରେ ଛିଡା କରି ଦେଇଛି ଦୁଃଖର ପାହାଡ। ଏପଟେ ମୌସୁମୀ ବର୍ଷାକୁ ସେପଟେ ଧାନର ଅଭାବୀ ବିକ୍ରି। ଏବେ ମଧ୍ୟ ଅଧିକାଂଶ ଚାଷୀ ତାଙ୍କର ମୁଠାଏ ଧାନ ବିକ୍ରି କରି ନାହାନ୍ତି । ଶହ ଶହ ଏକର ଜମିର ଧାନ ବିଲରେ ହିଁ ସଢ଼ୁଛି । ତଥାପି ତାକୁ ଚାଷୀ ସହି ନେଇଛି ଭାଗ୍ୟକୁ ଆଦରି। କିନ୍ତୁ ଯେଉଁ ଧାନ ଚାଷୀ ପାଖରେ ଅମଳ ହୋଇ ରହିଛି ତାକୁ ବିକ୍ରି କରି ପାରିବା କଥା। କିନ୍ତୁ ତାହା ହେଇ ପାରୁନଥିବା ନେଇ ଚାଷୀଙ୍କ ଧୈର୍ଯ୍ୟ ପରିସୀମା ପାର ହୋଇଯାଇଛି। ମଣ୍ଡିରେ ଧାନ ପଡ଼ି ରହିଥିଲେ ମଧ୍ୟ ଉଠୁନାହିଁ। ତେଣୁ ଚାଷୀମାନେ ମଣ୍ଡି ସମ୍ମୁଖରେ ଥିବା ଜାତୀୟ ରାଜପଥ (୫୩) କୁ ଆସି ରାସ୍ତା ଅବରୋଧ କରିଥିଲେ। ଖବରପାଇ ଅତାବିରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ପଦକ୍ଷେପ ଗ୍ରହଣ କରି ମାତ୍ର ୩ ମିନିଟରେ ରାସ୍ତା ଅବରୋଧକୁ ହଟାଇ ଯାନବାହନ ଚଳାଚଳକୁ ସ୍ୱାଭାବିକ କରାଇଥିଲେ। ଯଦି ସମସ୍ୟାର ସମାଧାନ ନହୁଏ ବଡ ଧରଣର ଆନ୍ଦୋଳନକୁ ଓହ୍ଲାଇ ପାରନ୍ତି ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି।

ନିୟମିତ ଗାୟତ୍ରୀ ମନ୍ତ୍ର ଜପ କରିବା ଦ୍ୱାରା କ୍ରୋଧ ଶାନ୍ତ, ଚିନ୍ତା ଦୂର ହୋଇଥାଏ

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories