www.samajalive.in
Monday, December 8, 2025
27.1 C
Bhubaneswar

ଥାଇଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ଫୋନ୍‍ କଲ୍‍ ଲିକ୍‍; ୧୭ମିନିଟ ଯୋଗୁଁ ବିପଦରେ ପଦବୀ

ସମାଜ ଡିଜିଟାଲ ଡେସ୍କ: ଥାଇଲାଣ୍ଡରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି । ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ପେଟୋଙ୍ଗଟାର୍ଣ୍ଣ ସିନାୱାତ୍ରାଙ୍କ ଗୁପ୍ତ ଫୋନ୍‍ କଲ୍‍ ଲିକ୍‍ ହୋଇଛି । ଫଳରେ ତାଙ୍କ ସିଂହାସନ ଏବେ ବିପଦରେ ପଡିଛି । କେବଳ ତାଙ୍କ ପଦବୀ ନୁହେଁ, ସିନାୱାତ୍ରାଙ୍କ ସରକାର ମଧ୍ୟ ବିପଦରେ ଅଛି । ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ପେଟୋଙ୍ଗଟାର୍ଣ୍ଣ ସିନାୱାତ୍ରାଙ୍କ ଏହି ଲିକ୍‍ ଫୋନ୍‍ କଲ୍‍ ର ସମ୍ପର୍କ କମ୍ବୋଡିଆର ନେତାଙ୍କ ସହିତ ରହିଛି । ଏହି ଫୋନ୍‍ କଲ୍‍ ଯୋଗୁଁ ରାଜନୈତିକ ଅସ୍ଥିରତା ଦେଖାଦେଇଛି । ସ୍ଥିତି ଏପରି ହୋଇଛି ଯେ ତାଙ୍କ ସହଯୋଗୀ ଦଳ ସରକାରରୁ ଅଲଗା ହୋଇଯାଇଛି । ଥାଇଲାଣ୍ଡର ବିରୋଧୀ ଦଳ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହ ନୂତନ ନିର୍ବାଚନ କରିବାକୁ ଦାବି କରିଛନ୍ତି । ଫୋନ୍‍ କଲ୍‍ ଲିକ୍‍ ହେବା ପରେ ପ୍ରଧାନମନ୍ତ୍ରୀ ଏଥିପାଇଁ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି । କିନ୍ତୁ ଏହା ସତ୍ୱେ ବିବାଦ ଘନେଇବାରେ ଲାଗିଛି । ସାମଗ୍ରିକ ଭାବରେ ୧୭ମିନିଟର ଏହି ଫୋନ୍‍ କଲ୍‍ ଯୋଗୁଁ ଥାଇଲାଣ୍ଡରେ ରାଜନୈତିକ ସଙ୍କଟ ତୀବ୍ର ହେବାରେ ଲାଗିଛି ।

ସୂଚନା ଅନୁସାରେ ଜୁନ୍‍ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ପେଟୋଙ୍ଗଟାର୍ଣ୍ଣ ସିନାୱାତ୍ରାଙ୍କ ୧୭ମିନିଟର ଏକ ଫୋନ୍‍ କଲ୍‍ ରେ ଥାଇଲାଣ୍ଡ-କମ୍ବୋଡିଆ ସୀମା ବିବାଦ ବିଷୟରେ କମ୍ବୋଡିଆ ନେତା ହୁନ ସେନଙ୍କ ସହ କଥା ହୋଇଥିଲେ । ଏହି ଫୋନ୍‍ କଲ୍‍ ଲିକ୍‍ କେବଳ ଦ୍ୱିପାକ୍ଷିକ ସମ୍ପର୍କକୁ ଖରାପ କରିନାହିଁ, ବରଂ ପେଟୋଙ୍ଗଟାର୍ଣ୍ଣଙ୍କ ଚୌକିକୁ ମଧ୍ୟ ବିପଦରେ ପକାଇଛି । ବିବାଦର ମୂଳ ହେଉଛି ମେ ୨୮ ତାରିଖରେ ‘ଏମରାଲ୍ଡ ଟ୍ରାଙ୍ଗେଲରେ ଘଟିଥିବା ଏକ ସାମରିକ ସଂଘର୍ଷ । ଯେଉଁଠାରେ ଥାଇଲାଣ୍ଡ,କମ୍ବୋଡିଆ ଏବଂ ଲାଓସର ସୀମା ମିଶିଛି । ଏହାକୁ ନୋ ମ୍ୟାନ୍ସ ଲ୍ୟାଣ୍ଡ ଭାବରେ ବିବେଚନା କରାଯାଉଥିବା ବେଳେ ଏଠାରେ ସଂଘର୍ଷରେ ଜଣେ କମ୍ବୋଡିଆ ସୈନିକଙ୍କ ମୃତ୍ୟୁ ହୋଇଥିଲା । ଏହି ସଂଘର୍ଷ ପରେ ଉଭୟ ଦେଶରେ ଜାତୀୟତାବାଦୀ ଭାବନା ବୃଦ୍ଧି ପାଇଥିଲା । ଥାଇଲାଣ୍ଡ କମ୍ବୋଡିଆ ଉପରେ ଡ୍ରୋନ ଉଡାଇବା ସହ ସାମରିକ ଉତ୍ତେଜନାର ଅଭିଯୋଗ ଆଣିଥିଲା । ହେଲେ ଥାଇଲାଣ୍ଡ ଏହି ଅଭିଯୋଗକୁ ଖଣ୍ଡନ କରିଛି ।

- Advertisement -

କମ୍ବୋଡିଆଙ୍କ ପ୍ରତି ନରମ ମନୋଭାବ ପୋଷଣ କରୁଥିବାର ଥାଇଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ନାଁରେ ପୂର୍ବରୁ ଅଭିଯୋଗ ହୋଇଛି । ଏହି କାରଣରୁ ସେ ଦକ୍ଷିଣପନ୍ଥୀ ଜାତୀୟତାବାଦୀଙ୍କ ଟାର୍ଗେଟରେ ରହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ୧୭ମିନିଟର ବାର୍ତ୍ତାଳାପ କମ୍ବୋଡିଆର ସିନେଟ୍‍ ସଭାପତି ହୁନ୍‍ ସେନଙ୍କ ସହ ହୋଇଛି । ଯେତେବେଳେ ଏହି ଅଡିଓ ଲୋକଙ୍କୁ ସାମ୍ନାକୁ ଆସିଲା ସେତେବେଳେ ହଙ୍ଗାମା ଆରମ୍ଭ ହୋଇଥିଲା । ଫଳରେ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ପଦବୀ ଓ ତାଙ୍କ ସରକାର ଏବେ ହରଡଗଣାରେ ପଡିଛନ୍ତି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories