www.samajalive.in
Sunday, December 7, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ: ଦୁର୍ଘଟଣାର ଭୟଙ୍କର ଦୃଶ୍ୟ, ଗୁଳି ବେଗରେ ଆସି ସୁରକ୍ଷା ବାଡ଼କୁ ଧକ୍କା ଦେଲା ଡୁକାଟି, ୨ ମୃତ

ସମାଜ ଡିଜିଟାଲ ଡେସ୍କ: ଦ୍ରୁତ ଗାଡ଼ି ଚାଳନା କେତେ ଭୟଙ୍କର ତାହା ଏକ ଭିଡିଓରୁ ଦେଖିବାକୁ ମିଳିଛି। ଗୁଳି ବେଗରେ ବାଇକ ଚଳାଇ ଦୁର୍ଘଟଣାର ଶିକାର ହେବା ପରେ ଜୀବନ ହରାଇଛନ୍ତି ଚାଳକ ଓ ତାଙ୍କ ବାନ୍ଧବୀ। ଘଟଣାର ଦୃଶ୍ୟ ରେକର୍ଡ ହୋଇଛି ସିସିଟିଭି କ୍ୟାମେରାରେ, ଯାହା ଏବେ ଭାଇରାଲ ହେବାରେ ଲାଗିଛି।

ଘଟଣାଟି ଗ୍ରେଟର ନୋଏଡା ଅଞ୍ଚଳର ଚାର ମୂର୍ତ୍ତି ନିକଟରେ ଘଟିଛି। ଗତ ମଙ୍ଗଳବାର ଭୋର ରାତି ପ୍ରାୟ ସାଢ଼େ ଦୁଇଟାରେ ଏହି ଦୁର୍ଘଟଣା ଘଟିଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଛି। ଏକ ଡୁକାଟି ସ୍କ୍ରାମ୍ବଲର ବାଇକ ଗୁଳି ବେଗରେ ଆସି ଏକ ଛକ ନିକଟ ସୁରକ୍ଷା ବାଡ଼କୁ ଧକ୍କା ଦେଉଛି। ଫଳରେ ବାଇକ ଚାଳକ ଏବଂ ତାଙ୍କ ପଛରେ ପଛରେ ବସିଥିବା ଯୁବତୀ ନିକଟ​‌ରେ ଥିବା ଏକ ଗର୍ତ୍ତରେ ପଡ଼ିଯାଇଛନ୍ତି। ପୁଲିସ ପହଞ୍ଚି ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲା। ହେଲେ ସେଠାରେ ଡାକ୍ତର ଉଭୟଙ୍କ ମୃତ ଘୋଷଣା କରିଥିଲେ। ମୃତକ ଦ୍ଵୟଙ୍କ ନାଁ ଅଙ୍କୁର ସିଂହ(୨୮) ଏବଂ କଶିଶ୍‌। ଦ୍ରୁତ ଗତିରେ ଯୋଗୁ ଚାଳକ ବାଇକରେ ଉପରେ ନିୟନ୍ତ୍ରଣ ହରାଇବାରୁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

- Advertisement -

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories