ସମାଜ ଡିଜିଟାଲ ଡେସ୍କ: ଦ୍ରୁତ ଗାଡ଼ି ଚାଳନା କେତେ ଭୟଙ୍କର ତାହା ଏକ ଭିଡିଓରୁ ଦେଖିବାକୁ ମିଳିଛି। ଗୁଳି ବେଗରେ ବାଇକ ଚଳାଇ ଦୁର୍ଘଟଣାର ଶିକାର ହେବା ପରେ ଜୀବନ ହରାଇଛନ୍ତି ଚାଳକ ଓ ତାଙ୍କ ବାନ୍ଧବୀ। ଘଟଣାର ଦୃଶ୍ୟ ରେକର୍ଡ ହୋଇଛି ସିସିଟିଭି କ୍ୟାମେରାରେ, ଯାହା ଏବେ ଭାଇରାଲ ହେବାରେ ଲାଗିଛି।
ଘଟଣାଟି ଗ୍ରେଟର ନୋଏଡା ଅଞ୍ଚଳର ଚାର ମୂର୍ତ୍ତି ନିକଟରେ ଘଟିଛି। ଗତ ମଙ୍ଗଳବାର ଭୋର ରାତି ପ୍ରାୟ ସାଢ଼େ ଦୁଇଟାରେ ଏହି ଦୁର୍ଘଟଣା ଘଟିଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଛି। ଏକ ଡୁକାଟି ସ୍କ୍ରାମ୍ବଲର ବାଇକ ଗୁଳି ବେଗରେ ଆସି ଏକ ଛକ ନିକଟ ସୁରକ୍ଷା ବାଡ଼କୁ ଧକ୍କା ଦେଉଛି। ଫଳରେ ବାଇକ ଚାଳକ ଏବଂ ତାଙ୍କ ପଛରେ ପଛରେ ବସିଥିବା ଯୁବତୀ ନିକଟରେ ଥିବା ଏକ ଗର୍ତ୍ତରେ ପଡ଼ିଯାଇଛନ୍ତି। ପୁଲିସ ପହଞ୍ଚି ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲା। ହେଲେ ସେଠାରେ ଡାକ୍ତର ଉଭୟଙ୍କ ମୃତ ଘୋଷଣା କରିଥିଲେ। ମୃତକ ଦ୍ଵୟଙ୍କ ନାଁ ଅଙ୍କୁର ସିଂହ(୨୮) ଏବଂ କଶିଶ୍। ଦ୍ରୁତ ଗତିରେ ଯୋଗୁ ଚାଳକ ବାଇକରେ ଉପରେ ନିୟନ୍ତ୍ରଣ ହରାଇବାରୁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।
मां बाप घर पर इंतजार करते है और बच्चे लड़कपन में जान गवां देते है, ग्रेनोवेस्ट चार मूर्ति के पास एक दर्दनाक सड़क हादसे में डुकाटी बाइक सवार अंकुर सिंह 28 और कशिश 25 की मौत हो गई. दोनों प्रयागराज के रहने वाले थे. यह हादसा सोमवार देर रात हुआ #Ducati #DucatiAccident #Viral pic.twitter.com/H9elRLUE96
— Annu Khan अन्नू खान انو خان (@annukhan78) June 20, 2025



