www.samajalive.in
Tuesday, December 9, 2025
16.1 C
Bhubaneswar

ଇମ୍ରାନଙ୍କ ଧମକ; ଭାରତ ଆକ୍ରମଣ କଲେ କଡ଼ା ଜବାବ ଦେବୁ

ଇସଲାମାବାଦ: ଜମ୍ମୁ-କଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନର କୌଣସି ହାତ ନାହିଁ ବୋଲି ଇସଲାମାବାଦ ପକ୍ଷରୁ ସଫେଇ ଦିଆଯାଇଛି। ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ​‌ଯେ, ପାକିସ୍ତାନ ଇସାରାରେ ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ହୋଇଥିବା ଭାରତର କୋଣ ଅନୁକୋଣରେ ଚର୍ଚ୍ଚା ହେଉଛି। କିନ୍ତୁ ଏହା ମିଛି। ଭାରତ ପାକିସ୍ତାନ ବିରୋଧରେ ମିଥ୍ୟା ଆରୋପ ଲଗାଉଛି। କୌଣସି ପ୍ରମାଣ ନ ଥାଇ ଭାରତ ଏଭଳି ଅଭିଯୋଗ କରୁଛି ବୋଲି ଇମ୍ରାନ କହିଛନ୍ତି।

ସେ କହିଛନ୍ତି ଯେ, ଆକ୍ରମଣ ପରେ ଭାରତ ଯୁଦ୍ଧ ପାଇଁ ରଣନୀତି ପ୍ରସ୍ତୁତ କରୁଛି। ଭାରତ ଆକ୍ରମଣ କଲେ ଆମେ କୌଣସି ଚିନ୍ତା କରିବୁ ନାହିଁ। ସିଧାସଳଖ ଏହାର ଜବାବ ଦେବୁ। କିନ୍ତୁ ଯୁଦ୍ଧ କୌଣସି ସମସ୍ୟାର ସମାଧାନ ନୁହେଁ। ଯୁଦ୍ଧ ଆରମ୍ଭ କରିବା ମଣିଷ ହାତରେ ରହିଛି। କିନ୍ତୁ ଏହାର ଶେଷ ମଣିଷ ହାତରେ ନାହିଁ। ଯୁଦ୍ଧର ପରିଣତି କ’ଣ ହେବ ତାହା ଆଲ୍ଲା ଜାଣିଛନ୍ତି। ଭାରତ ନୂଆ ଚିନ୍ତାଧାରା ଆପଣାଇବା ଉଚିତ। ସେହି ଦେଶର ଯୁବକମାନେ ଏଭଳି ସ୍ତରରେ ପହଞ୍ଚିଲେଣି ଯେ, ଯେଉଁମାନଙ୍କୁ ମୃତ୍ୟୁର କୌଣସି ଭୟ ନାହିଁ। ଭାରତ ପୂର୍ବରୁ ପାକିସ୍ତାନ ଉପରେ ଏକପାଖିଆ ଭାବେ ଆକ୍ରମଣ କରିଛି। ସେଥିରେ ତାକୁ ସଫଳତା ମିଳିନାହିଁ। ବର୍ତ୍ତମାନ ପୁଲୱାମା ଆକ୍ରମଣ ପରେ ଭାରତ ପୁଣି ଥରେ ନିଜ ଆଡୁ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବ ବୋଲି କହୁଛି। ଏଥିରେ କ’ଣ ତାକୁ ସଫଳତା ମିଳିବ ବୋଲି ସେ ପ୍ରଶ୍ନ କରିଛନ୍ତି। ସମସ୍ତେ ଜାଣନ୍ତି ଯୁଦ୍ଧରେ କୌଣସି ସମସ୍ୟାର ସମାଧାନ ହୁଏ ନାହିଁ। ଆଲୋଚନା ମାଧ୍ୟମରେ ହିଁ ଏସବୁର ସମାଧାନ ହୋଇପାରିବ। ଏ ବିଷୟରେ ମଧ୍ୟ ଭାରତରେ ଆଲୋଚନା ହେବା ଉଚିତ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories