www.samajalive.in
Friday, December 5, 2025
27.1 C
Bhubaneswar

ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ- ନେତାନ୍ୟାହୁ

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ ଓ ଇରାନ ମଧ୍ୟରେ ଘମାସାନ ଯୁଦ୍ଧ ଜାରି ରହିଛି । ଇରାନ ଉପରେ ଇସ୍ରାଏଲ ଘନ ଘନ ଆକ୍ରମଣ କରୁଥିବା ବେଳେ ଇରାନ ବି ପ୍ରତିଜବାବ ଦେଉଛି । ଆଉ ଏହାରି ଭିତରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‍ ନେତାନ୍ୟାହୁ ଆଉ ଏକ ବଡ ଖୁଲାସା କରିଛନ୍ତି । ନେତାନ୍ୟାହୁ କହିଛନ୍ତି ଯେ ‘ଇରାନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି’ । ସେ ଇରାନର ଶତ୍ରୁ ନଂ ୱାନ୍‍ । ରିପୋର୍ଟ ଅନୁଯାୟୀ ନେତାନ୍ୟାହୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଜଣେ ନିର୍ଣ୍ଣାୟକ ନେତା ଭାବରେ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ‘ଟ୍ରମ୍ପ କେବେ ବି ଅନ୍ୟର ପଥ ଅନୁସରଣ କରି ସେମାନଙ୍କ ସହିତ ଦୁର୍ବଳ ଭାବରେ ସୌଦା କରିବାକୁ ଚେଷ୍ଟା କରିନାହାଁନ୍ତି ।

ଇରାନ ସହିତ ଚାଲିଥିବା ଉତ୍ତେଜନା ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଦାବି କରି କହିଛନ୍ତି ଯେ ଇରାନ ତାଙ୍କୁ ଓ ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚେଷ୍ଟା ଚଳାଇଛି । ଏଭଳି ବୟାନ ସେତେବେଳେ ଦେଇଛନ୍ତି ଯେତେବେଳେ ଇସ୍ରାଏଲ ଇରାନର ପରମାଣୁ ଏବଂ ସାମରିକ ଘାଟି ଉପରେ ଏୟାରଷ୍ଟ୍ରାଇକ କରିଛି ।

- Advertisement -

 

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories