www.samajalive.in
Saturday, December 6, 2025
26.1 C
Bhubaneswar

ଯାଇଥିଲେ କେଦାରନାଥ, ଫେରିଲା ମୃତଦେହ

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ଆଲ୍ଲିପୁର ଗାଁରୁ ତୀର୍ଥଯାତ୍ରାରେ ଯାଇଥିବା ଜଣେ ମହିଳାଙ୍କ କେଦାରନାଥରୁ ଫେରିବା ରାସ୍ତା ରେ ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। କିନ୍ତୁ ପରିବାର  ଆର୍ଥିକ ସମ୍ବଳ ଠିକ୍ ନଥିବାରୁ ଗୋପାଳପୁର ବିଧାୟକ ତଥା ଖଣି ଇସ୍ପାତ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ସହଯୋଗରେ ମୃତକ ମହିଳାଙ୍କ ମୃତଦେହ ଗାଁକୁ ଫେରିଥିଲା। ମୃତକ ମହିଳା ଜଣଙ୍କ ଆଲ୍ଲିପୁରର ଆର ବେବି(୬୧) ବୋଲି ଜଣାପଡିଛି। ଗତ ୬ ତାରିଖରେ ମୃତକ ବେବି ଗାଁ ସମେତ ଆଖପାଖ ଅଞ୍ଚଳର ପ୍ରାୟ ୩୦ ତୀର୍ଥଯାତ୍ରୀଙ୍କ ସହ କେଦାରନାଥ ସହ ଅନ୍ୟାନ୍ୟ ଧାମ ଭ୍ରମଣ ଯାଇଥିଲେ। ଗତ ୧୨ ତାରିଖରେ କେଦାରନାଥ ଧାମ ଦର୍ଶନ କରି ଝୋଲାରେ ତଳକୁ ଆସୁଥିବା ବେଳେ ହଠାତ୍ ଦୁଇଟି ଘୋଡ଼ା ମଧ୍ୟରେ ଗଣ୍ଡଗୋଳ ହେବାରୁ ବେବି ଝୋଲାରୁ ପଡ଼ି ଯାଇ ଗୁରୁତର ଆହତ ହୋଇଥିଲେ। ଘଟଣା ପରେ ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ମେଡ଼ିକାଲକୁ ନେଇଥିଲେ ସୁଦ୍ଧା ଡାକ୍ତର ସେଠାରେ ମୃତ୍ୟୁ ଘୋଷଣା କରିଥିଲେ।

ଘଟଣା ନେଇ ପରିବାର ବର୍ଗଙ୍କୁ ଅବଗତ କରାଯାଇଥିଲା। କିନ୍ତୁ ପରିବାରର ଆର୍ଥିକ ଅବସ୍ଥା ଠିକ୍ ନଥିବାରୁ ଘଟଣା ନେଇ ଗୋପାଳପୁର ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଯୋଗାଯୋଗ କରିବା ସହ ମୃତଦେହକୁ ଗାଁକୁ ଆଣିବାକୁ ନେହୁରା ହୋଇଥିଲେ। ଖବର‌ପାଇବା ପରେ ମନ୍ତ୍ରୀ ଶ୍ରୀ ଜେନା ଉତ୍ତରାଖଣ୍ଡ ସରକାରଙ୍କ ସହ କଥା ହୋଇ ସସମ୍ମାନେ ଓଡ଼ିଶାକୁ ଫେରାଇବାକୁ ନିବେଦନ କରିଥିଲେ। ଉତ୍ତରାଖଣ୍ଡ ସରକାରଙ୍କ ପକ୍ଷରୁ ସେତକ ବେବିଙ୍କ ଶବ ବ୍ୟବଚ୍ଛେଦ ପରେ ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ପଠାଇବା ସହ ଶନିବାର ଅପରାହ୍ନରେ ଦିଲ୍ଲୀରୁ ଏକ ବିମାନ ଯୋଗେ ସନ୍ଧ୍ୟା ୭ ଟାରେ ଭୁବନେଶ୍ବର ପହଞ୍ଚିଥିଲା। ଭୁବନେଶ୍ବରରେ ଅପେକ୍ଷା କରିଥିବା ପରିବାର ଏକ ଆମ୍ବୁଲାନ୍ସ ଯୋଗେ ରାତି ୧୨ ଟା ରେ ଗାଁ ରେ ପହଞ୍ଚି ଶବ ସତ୍କାର କରିଥିବା ଜଣାପଡିଛି। ମନ୍ତ୍ରୀ ଶ୍ରୀ ଜେନାଙ୍କ ପକ୍ଷରୁ ଅସମୟ ସମୟରେ ପରିବାରକୁ ସାହାଯ୍ୟର ହାତ ବଢ଼ାଇଥିବାରୁ ପରିବାର ପକ୍ଷରୁ ଏବଂ ଅଞ୍ଚଳବାସୀଙ୍କ ପକ୍ଷରୁ ମନ୍ତ୍ରୀ ଶ୍ରୀ ଜେନାଙ୍କୁ ସାଧୁବାଦ ଜଣାଇବା ସହ ଲୋକଙ୍କ ନେତା ବୋଲି ମତପୋଷଣ କରିଛନ୍ତି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories