www.samajalive.in
Friday, December 5, 2025
27.1 C
Bhubaneswar

ଶ୍ରୀମନ୍ଦିରରେ ଆଜିଠୁ ପଟିଦିଅଁ ପୂଜା

ପୁରୀ: ସ୍ନାନପୂର୍ଣ୍ଣିମା ତିଥିରେ ସ୍ନାନବେଦୀରେ ଦାରୁବ୍ରହ୍ମ ୧୦୮ ଗଡୁ ଜଳରେ ସ୍ନାନ କରିବା ଯୋଗୁଁ ଜ୍ଵରରେ ପୀଡ଼ିତ ହୋଇଛନ୍ତି। ସ୍ନାନ ମଣ୍ଡପରୁ ବାହୁଡ଼ିବା ପରେ ଚତୁଦ୍ଧା ବିଗ୍ରହ ରତ୍ନ ସିଂହାସନ ପରିବର୍ତ୍ତେ ଅନବସର ଘରେ ବିଶ୍ରାମ କରୁଛନ୍ତି । ଠାକୁରଙ୍କ ଶ୍ରୀଅଙ୍ଗରୁ ସୁଚର୍ଣ୍ଣ ନିତା ଓ ରାହୁରେଖା ବାହାର କରାଯାଇଛି । ତେଣୁ ଆଗାମୀ ୧୫ ତାରିଖ ପର୍ଯ୍ୟନ୍ତ ଭକ୍ତମାନେ ଦାରୁବ୍ରହ୍ମଙ୍କ ଦର୍ଶନରୁ ବଞ୍ଚିତ ହେବେ । ଏହି ସମୟରେ ଅନବସର ଘରେ ଦଇତାପତିମାନେ ମହାପ୍ରଭୁଙ୍କ ଗୁପ୍ତ ସେବା କରିବେ । ତେଣୁ ଶ୍ରୀଜଗନ୍ନାଥ ମନ୍ଦିରରେ ଗୁରୁବାରଠାରୁ ପଟିଦିଅଁଙ୍କୁ ପୂଜା କରାଯିବ । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଅନନ୍ତ ନାରାୟଣ, ଶ୍ରୀବଳଭଦ୍ରଙ୍କ ପାଇଁ ଅନନ୍ତ ବାସୁଦେବ ଓ ଦେବୀ ସୁଭଦ୍ରାଙ୍କ ପାଇଁ ଭୁବନେଶ୍ଵରୀଙ୍କୁ ପୂଜା କରାଯିବ ।

ଜ୍ୱରପୀଡା ଲାଘବ ପାଇଁ ଦାରୁବ୍ରହ୍ମଙ୍କ ଶରୀରରେ ଫୁଲୁରି ତେଲ ମାଲିସ କରାଯିବ । ଦଶମୂଳ ମହୋଷଧି ସେବନ ପରେ ସମ୍ପୂର୍ଣ୍ଣ ସୁସ୍ଥ ହେବେ ମହାପ୍ରଭୁ । ନବଯୌବନ ରୂପରେ ଭକ୍ତଙ୍କୁ ଦର୍ଶନ ଦେବା ସହ ନବଦିନ ବ୍ୟାପୀ ରଥଯାତ୍ରା କରିବେ । ଅନବସର ନୀତି ସମୟରେ ଶ୍ରୀଜଗନ୍ନାଥପ୍ରେମୀ ମାନେ ବ୍ରହ୍ମଗିରି ଯାଇ ଅଲାନାଥଙ୍କୁ ଦର୍ଶନ କରିବା ବିଧି ରହିଛି । ଚିତ୍ରକର ସେବକଙ୍କ ଦ୍ୱାରା ପଟି ଦିଅଁ ପ୍ରସ୍ତୁତ କରାଯାଇଛି । ବୁଧବାର ରାତିରେ ଚିତ୍ରକର ପରିବାରର ମହିଳାମାନେ ପଟି ଦିଅଁଙ୍କୁ ବନ୍ଦାପନା କରିଥିଲେ । ରାତିରେ ପଟିଦିଅଁଙ୍କୁ ଶ୍ରୀମନ୍ଦିରକୁ ଅଣାଯାଇଛି । ଗୁରୁବାର ସକାଳୁ ଶ୍ରୀମନ୍ଦିରରେ ପଟିଦିଅଁଙ୍କ ସମେତ ଦଶାବତାର ଠାକୁରଙ୍କୁ ପୂଜା କରାଯିବ ।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories