ଆଠଗଡ : ଆଠଗଡ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ଶ୍ରୀ ଶ୍ରୀ ବ୍ରଜମୋହନ ଦେବଙ୍କ ସ୍ନାନ ଯାତ୍ରା ଓ ଗଜ ବେଶ ଅନୁଷ୍ଠିତ ହୋଇଯାଇଛି । ପୂଜକ ବନମାଳି ଦାଶଙ୍କ ଦ୍ବାରା ପ୍ରତ୍ୟୁଷରୁ ଦ୍ବାରପାଳ ପୂଜା, ମଙ୍ଗଳ ଆଳତୀ, ରୋଷ ହୋମ ଅନ୍ଯ ନୀତି ପରେ ଶ୍ରୀ ଜୀଉଙ୍କୁ ସ୍ନାନ ମଣ୍ଡପରେ ବିଜେ କରାଯାଇଥିଲା । ସେଠାରେ ୧୦୮ ଗରାରେ ଶ୍ରୀ ଜୀଉଙ୍କୁ ମହାସ୍ନାନ କରାଇବା ପରେ ଗଜ ବେଶରେ ସଜ୍ଜିତ କରାଯାଇଥିଲା। ସ୍ନାନ ବେଦୀରେ ଅନ୍ଯାନ୍ଯ ନୀତି ପରେ ଗ୍ରାମର ଅନ୍ୟତମ ମୁରବୀ ତଥା ସଂକୀର୍ତ୍ତନ ଗୁରୁ ଅଜୟ କୁମାର ଦାସଙ୍କ ଦ୍ବାରା କୋଠ ଭୋଗ ଲାଗି କରାଯାଇଥିଲା । ଏହାପରେ ଶ୍ରଦ୍ଧାଳୁଙ୍କ ପକ୍ଷରୁ ଭୋଗ ନୈବେଦ୍ୟ ଅର୍ପଣ କରାଯାଇଥିଲା । ଗ୍ରାମର ସଭାପତି ମହେନ୍ଦ୍ର କୁମାର ଦାସ, ମୁରବୀ ନଟବର ଦାସ ଓ ନରେନ୍ଦ୍ର କୁମାର ଦାସଙ୍କ ସମେତ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Popular Categories



