www.samajalive.in
Monday, December 8, 2025
13.1 C
Bhubaneswar

କେନ୍ଦ୍ରାପଡ଼ାରେ ହେବ ମେଡିକାଲ କଲେଜ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲା ରାଜ୍ୟ ରାଜନୀତିରେ ବହୁ ଦକ୍ଷ ରାଜନେତାଙ୍କୁ ସୃଷ୍ଟି କରିଛି। ଏହି ଜିଲାର ନେତାମାନେ ଅତୀତରେ ମନ୍ତ୍ରିମଣ୍ଡଳରେ ଗୁରୁଦାୟିତ୍ବ ନିଭାଇଛନ୍ତି। ବିଜେପି ସରକାର ଅମଳରେ ଏହି ଜିଲା ଏକ ନମ୍ବର ଜିଲାରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୋମବାର କେନ୍ଦ୍ରାପଡ଼ା ଜିଲାକୁ ପ୍ରଥମ ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ କହିଲେ ଏହି ଜିଲାକୁ ଆସିଥିବା ଆର୍ସେଲର ମିତ୍ତଲ ଷ୍ଟିଲ ପ୍ଲାଣ୍ଟ କିପରି ତାହାର କାର୍ଯ୍ୟ ତ୍ୱରାନ୍ୱିତ କରିବ; ସେ ନେଇ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବେ। ସେହିପରି ଏହି ଜିଲାରେ
ମେଡିକାଲ କଲେଜ ଖୁବଶୀଘ୍ର ପ୍ରତିଷ୍ଠା ହେବ। ଜିଲାରେ ପାନୀୟ ଜଳ ସମସ୍ୟାରେ ରହିଛି। ଏହାର ସମାଧାନ କରିବା ପାଇଁ ସରକାର ପଦକ୍ଷେପ ନେବେ। ଲକ୍ଷପତି ଦିଦି ଯୋଜନାରେ କେନ୍ଦ୍ରାପଡ଼ା ଜିଲା ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ସେହିପରି ଧାନ ଅମଳରେ ମଧ୍ୟ ଏହି ଜିଲା ଉତ୍ତମ ପ୍ରଦର୍ଶନ କରିଛି। ଜଳସେଚନ ବ୍ୟବସ୍ଥା ଉନ୍ନତ ନ ଥିବାରୁ ଚାଷୀକୂଳ ଚାଷ କରିବାରେ ସମସ୍ୟାରେ ପଡୁଛନ୍ତି। ତେଣୁ ଉନ୍ନତ ମାନର ଜଳସେଚନ ବ୍ୟବସ୍ଥା ହେବ। ଏହି ଜିଲାର ବିକାଶ ଇଞ୍ଜିନ ଆଗାମୀ ଦିନରେ କିପରି ଦ୍ରୁତଗତିରେ ଚାଲିବ ସେ ନେଇ ପଦକ୍ଷେପ ଗ୍ରହଣ କରାଯାଇ ଜିଲାକୁ ଓଡ଼ିଶାରେ ଏକ ନମ୍ବର ଜିଲାରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କେନ୍ଦ୍ରାପଡ଼ା ଜିଲାରେ ଥିବା ଲୁଣା ଜଙ୍ଗଲକୁ ଆହୁରି ବ୍ୟାପକ କରାଯାଇ ଜୈବ ବିବିଧତାର ସୁରକ୍ଷା କରାଯିବ। ଭିତରକନିକା ଓ ଗହୀରମଥା ଅଞ୍ଚଳରେ ପରିବେଶ ପର୍ଯ୍ୟଟନ (ଇକୋ ଟୁରିଜିମ)କୁ ଆହୁରି ତ୍ୱରାନ୍ୱିତ କରାଯିବ। ମୋହନ ସରକାରଙ୍କ ଦ୍ୱିତୀୟ ବର୍ଷର ଉନ୍ନୟନମୂଳକ କାର୍ଯ୍ୟ କେନ୍ଦ୍ରାପଡ଼ା ଜିଲାରୁ ଶୁଭାରମ୍ଭ ହେବ। ଜିଲାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଚୋରା ବାଲି ଚାଲାଣକୁ ରୋକିବା, ଜିଲା ବିକାଶ ସଂକ୍ରାନ୍ତରେ ବିସ୍ତୃତ ଯୋଜନା ଆଗାମୀ ଏକ ମାସ ମଧ୍ୟରେ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
ଏହି ବୈଠକରେ ଆଳି ବିଧାୟକ ପ୍ରତାପ କେଶରୀ ଦେବ, ମହାକାଳପଡ଼ା ବିଧାୟକ ଡଃ. ଦୁର୍ଗା ପ୍ରସନ୍ନ ନାୟକ, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର, ଜିଲା ପରିଷଦ ସଭାପତି ଲିଲିତା ଦାସ, କେନ୍ଦ୍ରାପଡ଼ା ପୌରାଧ୍ୟକ୍ଷା ସରିତା ସାହୁ, ଜିଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ସମୀକ୍ଷା ବୈଠକ ପୂର୍ବରୁ ମୁଖ୍ୟମନ୍ତ୍ରୀ ମାଉସୀ ମା’ ମନ୍ଦିର ଠାରୁ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପର୍ଯ୍ୟନ୍ତ ତ୍ରିରଙ୍ଗା ଶୋଭାଯାତ୍ରାକୁ ଉଦ୍‌‌ଘାଟନ କରି ପ୍ରତ୍ୟେକ ମା’ ଓ ଭଉଣୀଙ୍କ ସିନ୍ଦୂରର ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେଇଥିବା ପ୍ରତିଜ୍ଞା ଆଜି ସାରା ବିଶ୍ୱରେ ଗୁଞ୍ଜରିତ ହେଉଛି ବୋଲି କହିଥିଲେ। ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ଦର୍ଶନ ସହିତ ଜିଲା କୃଷି ରଥ ଓ ରାଜସ୍ୱ ରଥର ଶୁଭାରମ୍ଭ କରିଥିଲେ। କେନ୍ଦ୍ରାପଡ଼ା ଜିଲା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories