www.samajalive.in
Wednesday, December 10, 2025
26.1 C
Bhubaneswar

ସନ୍ଦିଗ୍ଧ ଗୁଇନ୍ଦା ଯଶବୀର ଫୋନ୍‌ରେ ୧୫୦ ପାକିସ୍ତାନୀଙ୍କ ନମ୍ବର

ଚଣ୍ଡିଗଡ଼,୭ା୬: ପାକିସ୍ତାନ ପାଇଁ ଗୁଇନ୍ଦାଗିରି ଅଭିଯୋଗରେ ୪ତାରିଖରେ ପଞ୍ଜାବରୁ ଗିରଫ ୟୁଟ୍ୟୁବର ଯଶବୀର ସିଂହର ଫୋନ୍‌ ଥିବା ସମ୍ପର୍କ ତାଲିକାରେ ୧୫୦ ପାକିସ୍ତାନୀଙ୍କ ନମ୍ବର ଥିବା ତଦନ୍ତବେଳେ ଜଣାପଡ଼ିଛି। ମୋହାଲିସ୍ଥିତ ଅଦାଲତ ଯଶବୀରର ପୁଲିସ ରିମାଣ୍ଡ ଅବଧି ଦୁଇ ଦିନ ବୃଦ୍ଧି କରିଥିବାବେଳେ ଶନିବାର ତା ଫୋନ୍‌ରୁ ୧୫୦ ସନ୍ଦିଗ୍ଧ ପାକିସ୍ତାନୀଙ୍କ ନମ୍ବର ମିଳିବା ପୁଲିସକୁ ବିସ୍ମିତ କରିଛି। ଫୋନ୍‌ରୁ ସେ ବହୁ ତଥ୍ୟ ଉଡ଼ାଇ ଦେଇଥିବା ପୁଲିସ ସନ୍ଦେହ କରିବା ସହ ଏହାର ପୁନରୁଦ୍ଧାର ପାଇଁ ଉଦ୍ୟମ କରୁଛି। ପୁଲିସ ସୂଚନାନୁଯାୟୀ, ଯଶବୀର ଲାହୋରର ଜନୈକ ନାସିର ଧିଲଁ ସହିତ ସାମାଜିକ ଗଣମାଧ୍ୟମ ଜରିଆରେ ପରିଚିତ ହେବା ପରେ ତିନି ଥର ପାକିସ୍ତାନ ଗସ୍ତ କରିଛି। ଆଇଏସ୍‌ଆଇ ସହ ସମ୍ପର୍କରେ ଥିବା ଧିଲଂ ଯଶବୀରକୁ ଗୁଇନ୍ଦା ରାକେଟରେ ଯୋଡ଼ିଥିଲା। ସେ ଯଶବୀରର ବାରମ୍ବାର ପାକିସ୍ତାନ ଗସ୍ତ ପାଇଁ ଭିସା ବ୍ୟବସ୍ଥା କରୁଥିଲା। ଉଲ୍ଲେଖଯୋଗ୍ୟ ଯେ ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟ ସାକିର ଜଟ୍ଟ ରାନ୍ଧୱା ଓ ହରିୟାଣାରୁ ଗିରଫ ସନ୍ଦିଗ୍ଧ ଗୁଇନ୍ଦା ଜ୍ୟୋତି ମାଲହୋତ୍ରା ସହ ଯଶବୀରର ସମ୍ପର୍କ ଥିଲା। ଜ୍ୟୋତି ଓ ଯଶବୀର ମିଶି ନିଜସ୍ବ ୟୁଟ୍ୟୁବ୍‌ ଚାନେଲର ପ୍ରସାର କରାଉଥିଲେ। ଜ୍ୟୋତି ‘ଟ୍ରାଭେଲ ୱିଥ୍‌ ଜୋ’ ଏବଂ ଯଶବୀର ‘ଜନ ମହଲ’ ନାମରେ ନିଜସ୍ବ ଚାନେଲ ଚଳାଉଥିଲେ। ଜନ ମହଲର ୧୧ଲକ୍ଷ ଅନୁଗାମୀ ଅଛନ୍ତି। ଯଶବୀର ୨୦୨୦, ୨୦୨୧ ଓ ୨୦୨୪ରେ ଏକାଧିକ ଥର ପାକିସ୍ତାନ ଯାଇ ଆଇଏସ୍‌ଆଇ ଅଧିକାରୀଙ୍କ ସହ ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପନ କରିଥିଲା। ପୂର୍ବରୁ ତାର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବାରୁ ସେ ୟୁରୋପ୍‌ରେ ରୋଷେୟା ଭାବେ କାମ କରୁଥିଲା। ପରେ ରୂପନଗର ଜିଲାର ନିଜ ଗାଁକୁ ଫେରି ୟୁଟ୍ୟୁବ୍‌ ଚାନେଲ ଚଳାଇବା ସହ ଭ୍ରମଣ ଓ ରୋଷେଇ ସମ୍ପର୍କରେ କାର୍ଯ୍ୟକ୍ରମ ପ୍ରସାରଣ କରୁଥିଲା। ଗାଁରେ କମ୍‌ ଦିନ ମଧ୍ୟରେ ଏକ ସୁଦୃଶ୍ୟ ଘର ମଧ୍ୟ ତିଆରି କରିଥିଲା।

Hot this week

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

Related Articles

Popular Categories