ସାଲେପୁର : ବନ୍ଦ ଘରୁ ଯୁବକଯୁବତୀଙ୍କ ଝୁଲନ୍ତା ମୃତଦେହ ଶନିବାର ଉଦ୍ଧାର ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ମାହାଙ୍ଗା ଥାନା ଖନ୍ଦୋଳ ଗାଁରେ ଘଟିଛି। ଏକ ଭଡା ଘରୁ ଯୁବକଯୁବତୀଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି। ଯୁବକଙ୍କ ପରିଚୟ ଅସ୍ପଷ୍ଟ ଥିବା ବେଳେ ଯୁବତୀ ଜଣଙ୍କ ଏଏନଏମ ଥିବା ସୂଚନା ମିଳିଛି । ତେବେ ସେମାନଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଗତକାଲି ଠାରୁ ଘରର କବାଟ ବନ୍ଦ ଥିବା ବେଳେ ସ୍ଥାନୀୟ ଲୋକେ ସନ୍ଦେହ କରି ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଘର କବାଟ ଭାଙ୍ଗି ମୃତଦେହ ଉଦ୍ଧାର କରିଛି ।
ଦେଖନ୍ତୁ ଭିଡିଓ ; ନିଘୋଡ ନିଦରେ ଶୋଇଥିଲେ, ପାଖକୁ ଆସିଲା ସିଂହୀ, ଆଉ ତା’ପରେ..



