ସମାଜ ଡିଜିଟାଲ ଡେସ୍କ: ପାରାଦୀପ ସମୁଦ୍ରରେ ବୁଡ଼ି ଜଣେ ଛାତ୍ର ନିଖୋଜ ହୋଇଯାଇଛନ୍ତି। ସେ ହେଲେ କେନ୍ଦ୍ରାପଡ଼ା ଜିଲା ଜୟପୁରା ଅଞ୍ଚଳର ସେଖ୍ ଅମନ ଉଲ୍ଲା। ସିଆଇଏସଏଫ ପକ୍ଷରୁ ସମ୍ପୃକ୍ତ ଛାତ୍ରଙ୍କୁ ଖୋଜାଖୋଜି କରାଯାଉଛି। କିନ୍ତୁ ଅପରାହ୍ନ ସୁଦ୍ଧା ତାଙ୍କ ପତ୍ତା ମିଳିପାରି ନାହିଁ।
ସୂଚନା ଅନୁସାରେ, ୮ ଛାତ୍ରଛାତ୍ରୀ ପାରାଦୀପ ଲାଇଟ୍ହାଉସ ନିକଟ ସମୁଦ୍ରରେ ଗାଧୋଉଥିଲେ। ଏହି ସମୟରେ ସେମାନଙ୍କ ମଧ୍ୟରୁ ଜଣେ ଛାତ୍ର ଭାସିଯାଇଥିଲେ। ନିଖୋଜ ଛାତ୍ର ଜଣକ କେନ୍ଦ୍ରାପଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟୟନ କରନ୍ତି।



