www.samajalive.in
Tuesday, December 9, 2025
16.1 C
Bhubaneswar

ପୁଲୱାମାରେ ପୁଣି ୪ ଯବାନ ଶହୀଦ, ୨ ଆତଙ୍କବାଦୀ ନିହତ

ଜମ୍ମୁ: ଜମ୍ମୁ-କଶ୍ମୀରର ପୁଲୱାମାରେ ପୁଣି ୪ ଭାରତୀୟ ଯବାନ ଶହୀଦ ହୋଇଛନ୍ତି। ରବିବାର ବିଳମ୍ବିତ ରାତିରେ ଆତଙ୍କବାଦୀମାନଙ୍କ ସହ ଗୁଳିବିନିମୟ ବେଳେ ଏହି ଘଟଣା ଘଟିଛି। ଏଥିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଶହୀଦ ହୋଇଥିବା ଭାରତୀୟ ଯବାନଙ୍କ ମଧ୍ୟରେ ରହିଛନ୍ତି ମେଜର ଡି. ଏସ. ଡୋଣ୍ଡିୟାଲ, ହେଡ କନଷ୍ଟେବଳ ସେୱା ରାମ, ଅଜୟ କୁମାର ଏବଂ ହରି ସିଂହ। ଘଟଣାସ୍ଥଳରେ ଜଣେ ସ୍ଥାନୀୟ ନାଗରିକଙ୍କର ମଧ୍ୟ ମୃତ୍ୟୁ ଘଟିଛି। ପୁଲୱାମାରେ ଗତ ଗୁରୁବାର ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣରେ ୪୦ ଯବାନ ଶହୀଦ ହେବା ଘଟଣା ମନରୁ ନ ଲିଭୁଣୁ ପୁଣି ୪ ଯବାନ ଶହୀଦ ହେବା ଘଟଣା ଦେଶବାସୀଙ୍କୁ ମର୍ମାହତ କରିଛି।

ସୂଚନା ମୁତାବକ, ପୁଲୱାମାଠାରୁ ୨ କି.ମି. ଦୂର ପୁଲୱାମା-ପିଙ୍ଗଲିନା ଘାଟିଠାରେ ଜେଇଏମର ୨ଜଣ ଆତଙ୍କବାଦୀ ଲୁଚି ରହିଥିବା ସମ୍ପର୍କରେ ରବିବାର ରାତିରେ ଖବର ମିଳିଥିଲା। ଏହାପରେ ୫୫ ରାଷ୍ଟ୍ରୀୟ ରାଇଫଲ୍ସର ଯବାନମାନେ ସେଠାରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଆତଙ୍କବାଦୀମାନେ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ। ଫଳରେ ଯବାନମାନେ ମଧ୍ୟ ସେମାନଙ୍କ ଉପରେ ପ୍ରତିଆକ୍ରମଣ କରିଥିଲେ। ରାତି ପ୍ରାୟ ୧୨ଟାରୁ ଏହି ଗୁଳିବିନିମୟ ଚାଲିଥିବାବେଳେ ୪ଯବାନ ଶହୀଦ ହୋଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories