www.samajalive.in
Friday, December 5, 2025
27.1 C
Bhubaneswar

ବିଶ୍ୱ ପରିବେଶ ଦିବସ; ପ୍ଲାଷ୍ଟିକ ବରଦାନରୁ ଅଭିଶାପ

ସମାଜ ଡିଜିଟାଲ ଡେସ୍କ: ଆଜି ବିଶ୍ୱ ପରିବେଶ ଦିବସ । ପ୍ରକୃତିକୁ ଆମର ଯତ୍ନ ଏବଂ ଧ୍ୟାନ ଆବଶ୍ୟକ ବୋଲି ଏହି ଦିବସ ସ୍ମରଣ କରାଇଥାଏ । କେବଳ ଏକ ଦିନ ନୁହେଁ ଏହା ଏକ ଆନ୍ଦୋଳନ ଯାହା ଲକ୍ଷ ଲକ୍ଷ ଲୋକଙ୍କୁ ଏକ ସଫା, ସବୁଜ ଗ୍ରହ ପାଇଁ କାର୍ଯ୍ୟ କରିବାକୁ ପ୍ରେରଣା ଦେଇଥାଏ । ପ୍ରତିବର୍ଷ ଏକ ବିଷୟବସ୍ତୁ ନେଇ ପ୍ଲାଷ୍ଟିକ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ଏବଂ ବନ୍ୟପ୍ରାଣୀ ସୁରକ୍ଷା ଭଳି ଜରୁରୀ ପରିବେଶଗତ ସମସ୍ୟା ଗୁଡିକୁ ଉପସ୍ଥାପିତ କରିଥାଏ । ଚଳିତ ବର୍ଷର ବିଷୟ ବସ୍ତୁ ହେଉଛି ‘ବିଟ୍‍ ପ୍ଲାଷ୍ଟିକ୍‍ ପଲ୍ୟୁସନ’ ।

ପ୍ଲାଷ୍ଟିକ୍‍ ଆଧୁନିକ ଜୀବନ ଶୈଳୀର ଅନିବାର୍ଯ୍ୟ ଅଙ୍ଗ ହୋଇଯାଇଛି । ପୃଥିବୀରେ ପ୍ଲାଷ୍ଟିକର ବାର୍ଷିକ ମୁଣ୍ଡ ପିଛା ବ୍ୟବହାର ୨୦.୯ କିଲୋ ଗ୍ରାମ ଓ ଭାରତରେ ୫.୩ । ପୃଥିବୀରେ ବର୍ଷକୁ ୪୨କୋଟି ଟନ୍‍ ପ୍ଲାଷ୍ଟିକ ଉତ୍ପାଦନ ହେଉଛି । ସେଥିରୁ ୫.୭କୋଟି ଟନ୍‍ ବର୍ଜ୍ୟବସ୍ତୁ ନିର୍ଗତ ହେଉଛି । ଭାରତର ପ୍ଲାଷ୍ଟିକ ବର୍ଜ୍ୟ ୦.୯୩କୋଟି ଟନ୍‍ । କେବଳ ଆମେରିକାରେ ବର୍ଷକୁ ୩୫୦କୋଟି ପ୍ଲାଷ୍ଟିକ ବୋତଲ ଫୋପଡା ଯାଉଛି । ଗୋଟିଏ ପ୍ଲାଷ୍ଟିକ ବୋତଲର କ୍ଷୁଦ୍ରାଂଶ ଅବକ୍ଷୟ ପାଇଁ ୫୦୦ରୁ ୧୦୦୦ ବର୍ଷ ସମୟ ନେଇଥାଏ । ଏହା ଯୋଗୁଁ ସମସ୍ତ ପଶୁ ପକ୍ଷୀ ଓ କୀଟ ପତଙ୍ଗ ଭୀଷଣ କ୍ଷତିଗ୍ରସ୍ତ ହୋଇ ବିଲୀନମୁଖୀ ହୋଇଥାନ୍ତି । ଆମ ବର୍ଜ୍ୟବସ୍ତୁର ୧୦ପ୍ରତିଶତ ହେଉଛି ପ୍ଲାଷ୍ଟିକ୍‍ । ଏବେ କେବଳ ୫ପ୍ରତିଶତ ପୁନଃ ବିନିଯେ୍ଧଜ୍ଞ ହୋଇପାରୁଛି ।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories