www.samajalive.in
Wednesday, December 10, 2025
18.1 C
Bhubaneswar

ଅସଦାଚରଣ ମାମଲାରେ ଅଭିଯୁକ୍ତକୁ କାରାଦଣ୍ଡ 

ଆଠଗଡ : ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ବ୍ରାହ୍ମଣବସ୍ତ ଗ୍ରାମରେ ଜଣେ ମହିଳାଙ୍କ ପ୍ରତି ଘଟିଥିବା ଏକ ଅସଦାଚରଣ ମାମଲାର ବିଚାର କରି ଆଠଗଡ ଏସଡିଜେଏମ ଅଭିଯୁକ୍ତକୁ ମଙ୍ଗଳବାର ଦଣ୍ଡ ବିଧାନ କରି ରାୟ ପ୍ରକାଶ କରିଛନ୍ତି । ୨୦୦୮ ମସିହା ଜୁନ ୨୭ ତାରିଖରେ ବ୍ରାହ୍ମଣବସ୍ତ ଗ୍ରାମର ଚୈତନ୍ଯ ମୁର୍ମୁ ଓରଫ ଟୁବୁ ଜଣେ ମହିଳାଙ୍କ ଘରେ କେହି ନଥିବାର ସୁଯୋଗ ନେଇ ଘରେ ପଶି ତାଙ୍କୁ ଅସଦାଚରଣ କରିଥିଲେ। ଏ ସମ୍ପର୍କରେ ପୀଡିତା ମହିଳା ଗୁରୁଡିଝାଟିଆ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିଲା। ପୁଲିସର ଅଭିଯୋଗ ଫର୍ଦ୍ଦ, ସମସ୍ତ ସାକ୍ଷ୍ୟପ୍ରମାଣ ଓ ସରକାରୀ ଓକିଲଙ୍କ ବଳିଷ୍ଠ ଯୁକ୍ତିକୁ ଗ୍ରହଣ କରି ଏସଡିଜେଏମ ନରୋଜ କୁମାର ସାହୁ ସଂପୃକ୍ତ ଅଭିଯୁକ୍ତ ଚୈତନ୍ଯକୁ ଦୋଷୀ ସାବ୍ୟସ୍ତ କରି  ମଙ୍ଗଳବାର ତାଙ୍କ ରାୟ ପ୍ରକାଶ କରିଥିଲେ । ଏସଡିଜେଏମ ଶ୍ରୀ ସାହୁ ଅଭିଯୁକ୍ତକୁ ବିଭିନ୍ନ ଦଫାରେ ଦୋଷୀ ସାବ୍ଯସ୍ତ କରି ଏକ ବର୍ଷ ସଶ୍ରମ କାରାଦଣ୍ଡ ଓ ଏକ ହଜାର ଟଙ୍କା ଜୋରିମାନା ଏବଂ ଅନାଦେୟ ଅଧିକ ତିନି ମାସ ଜେଲ ଦଣ୍ଡ ଭୋଗିବାକୁ ତାଙ୍କ ରାୟରେ ଆଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ସହକାରୀ ପିପି ଦୀପକ ପ୍ରସାଦ ମାନସିଂହ ଓ ସିଦ୍ଧାର୍ଥ ମହାନ୍ତି ମାମଲାଟିକୁ ପରିଚାଳନା କରୁଥିଲେ।

ସଂଜୟ ଭୋଳଙ୍କୁ ଆଜୀବନ ବାସନ୍ଦ କଲା ଓମା

Hot this week

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

Related Articles

Popular Categories