www.samajalive.in
Monday, December 8, 2025
20.1 C
Bhubaneswar

ଇଡି ଉପନିର୍ଦ୍ଦେଶକଙ୍କୁ ବାନ୍ଧିଲା ସିବିଆଇ, ୨୦ଲକ୍ଷ ଲାଞ୍ଚ ନେଉଥିଲେ…

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରର ଇଡି ଉପନିର୍ଦ୍ଦେଶକ ଚିନ୍ତନ ରଘୁବଂଶୀଙ୍କୁ ଗିରଫ କରିଛି ସିବିଆଇ । ଖଣି ମାମଲାର ରଫାଦଫା ପାଇଁ ଜଣେ ବ୍ୟବସାୟୀଙ୍କଠାରୁ ୫୦ଲକ୍ଷର ଡିଲ୍‍ ହୋଇଥିଲା, ସେଥିରୁ ପ୍ରଥମେ ୨୦ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ମାଡି ବସିଥିଲା ସିବିଆଇ । ପ୍ରଥମେ ୨୦ଲକ୍ଷ ଟଙ୍କା ଓ ପରେ ୩୦ଲକ୍ଷ ଟଙ୍କା ଦେବାର ଯୋଜନା ରହିଥିଲା ।
ଜଣେ ବ୍ୟବସାୟୀଙ୍କ ନାଁରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ଥିବା ଏକ ମାମଲାର ରଫାଦଫା ପାଇଁ ଲାଞ୍ଚ ନେଉଥିଲେ ଇଡିର ଉପନିର୍ଦ୍ଦେଶକ ଚିନ୍ତନ ରଘୁବଂଶୀ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ ଲାଞ୍ଚ ନେବା ଘଟଣା ବେଶ ଚର୍ଚ୍ଚା ହୋଇଛି । ଚିନ୍ତନଙ୍କୁ ଗୁରୁବାର ଦିନ ପଚରାଉଚରା କରାଯିବା ପରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଆଜି ତାଙ୍କୁ ଗିରଫ କରାଯାଇଛି । ଏହାପରେ ଚିନ୍ତନଙ୍କୁ କୋର୍ଟ ଚାଲାଣ କରାଯାଇପାରେ ।

ସୂଚନା ଅନୁସାରେ ଚିନ୍ତନ ରଘୁବଂଶୀ ୨୦୧୩ ବ୍ୟାଚର ଭାରତୀୟ ରାଜସ୍ୱ ସେବା-ଆଇଆରଏସ ଅଧିକାରୀ । ଗତ ଜାନୁଆରୀ ୮ରେ ଢେଙ୍କାନାଳର ଖଣି ବ୍ୟବସାୟୀ ରତିକାନ୍ତ ରାଉତ ଓରଫ ଜୁଲୁଙ୍କ କମ୍ପାନୀ ଲିଙ୍କରେ ୧୪ଟି ସ୍ଥାନରେ ରେଡ କରିଥିଲା ଇଡି । ବିଭିନ୍ନ କାଗଜପତ୍ର ଜବତ ହୋଇଥିବାରୁ ଏହି ମାମଲାରୁ ରଫାଦଫା କରିବା ପାଇଁ ଚିନ୍ତନ ଲାଞ୍ଚ ନେଉଥିଲେ । ଏହି ମାମଲା ସମଗ୍ର ଦେଶରେ ଅର୍ଥନୈତିକ ଅପରାଧ ଏବଂ ମନି ଲଣ୍ଡରିଂ ମାମଲାର ତଦନ୍ତ କରୁଥିବା ଇଡି ଭଳି ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍ଥାର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛି ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories