www.samajalive.in
Friday, December 5, 2025
27.1 C
Bhubaneswar

କ୍ବାଲିଫାୟର-୨ ଖେଳିବା ଲକ୍ଷ୍ୟ​ରେ ଗିଲ୍‌-ହାର୍ଦିକ, ଗୁଜରାଟ-ମୁମ୍ବଇ ଏଲିମିନେଟର ଆଜି

ମୁଲାନପୁର(ପଞ୍ଜାବ): ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)-୨୦୨୫ର ଏଲିମିନେଟର ମ୍ୟାଚ ଶୁକ୍ରବାର ଗୁଜରାଟ ଟାଇଟାନ୍‌ସ ଓ ମୁମ୍ବଇ ଇଣ୍ଡିଆନ୍‌ସ ମଧ୍ୟରେ ମୁଲାନପୁରରେ ଖେଳାଯିବ। ବିଜୟୀ ଦଳ କ୍ବାଲିଫାୟର-୨ ଖେଳିବାକୁ ଯୋଗ୍ୟତା ହାସଲ କରିବାବେଳେ ପରାଜିତ ଦଳ ବିଦାୟ ନେବ। ଦୁଇ ପୂର୍ବତନ ବିଜେତା ଦଳଙ୍କ ପାଇଁ ଉକ୍ତ ମ୍ୟାଚ କର ବା ମର ସ୍ଥିତି ସୃଷ୍ଟି କରିଛି। ବ୍ୟାଟିଂକୁ ନେଇ ଦୁଇ ଦଳ ଶକ୍ତିଶାଳୀ ରହିଥିବାର ମ୍ୟାଚରେ ବଡ ସ୍କୋର ହେବା ନେଇ ଆଶା କରାଯାଉଛି। ମୁମ୍ବଇ ଇଣ୍ଡିଆନ୍‌ସ ଓ ଗୁଜରାଟ ଟାଇଟାନ୍‌ସ ଚଳିତ ଆଇପିଏଲରେ ତୃତୀୟ ଥର ପାଇଁ ମୁହାଁମୁହିଁ ହେବେ। ପୂର୍ବରୁ ଦୁଇ ଦଳ ଦୁଇଥର ମୁହଁାମୁହିଁ ହୋଇଛନ୍ତି। ଗୁଜରାଟ ପ୍ରଥମ ଚରଣ ମ୍ୟାଚକୁ ୩୬ରନରେ ଓ ଦ୍ବିତୀୟ ଚରଣ ମ୍ୟାଚକୁ ୩ ୱିକେଟରେ ଜିତିଥିଲା। ମୁମ୍ବଇ ନିକଟରେ ପରାଜୟ ପ୍ରତିଶୋଧ ନେଇ ସୁଯୋଗ ରହିଛି।
ଗୁଜରାଟ ଟାଇଟାନ୍‌ସ ୧୪ଟି ମ୍ୟାଚରୁ ୯ଟି ବିଜୟ, ୫ଟି ପରାଜୟ ସହ ୧୮ ପଏଣ୍ଟ ପାଇ ଟେବୁଲର ତୃତୀୟ ସ୍ଥାନ ହାସଲ କରି ପ୍ଲେଅଫରେ ପହଞ୍ଚିଛି। ବ୍ୟାଟିଂରେ ଦୁଇ ଓପନର ଅଧିନାୟକ ଶୁଭମନ ଗିଲ୍‌ ଓ ସାଇ ସୁଦର୍ଶନ ଚମତ୍କାର ଫର୍ମରେ ରହିଛନ୍ତି। ସୁଦର୍ଶନ ୬୭୯ ଓ ଗିଲ୍‌ ୬୪୯ରନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଜୋଶ ବଟ୍‌ଲର, ସିରିଫାନେ ରଦରଫୋର୍ଡ, ଏମ୍‌ ସାହାରୁଖ ଖାନଙ୍କ ଉପରେ ବ୍ୟାଟିଂ ଭାର ନିର୍ଭର କରୁଛି। ରାହୁଲ ତିୱାତିଆଙ୍କ ନିକଟରୁ ଏପର୍ଯ୍ୟନ୍ତ ଭଲ ଇନିଂସ ଦେଖିବାକୁ ମିିଳିନାହିଁ। ତାଙ୍କଠାରୁ ଦଳ ପ୍ଳେଅଫ​ରେ ଭଲ ପ୍ରଦର୍ଶନ ଆଶା କରୁଛି।

ବୋଲିଂରେ ପ୍ରସିଦ୍ଧ କୃଷ୍ଣ ୨୨ଟି ୱିକେଟ ନେଇଥିବାବେଳେ ମହମ୍ମଦ ସିରାଜ, ଅର୍ଶଦ ଖାନ, ଗାର୍ଲାଡ କୋଏଟ୍‌ଜିଙ୍କ ଉପରେ ଦ୍ରୁତ ବୋଲିଂ ଭାର ନିର୍ଭର କରୁଛି। ସ୍ପିନର ଭାବେ ଆର ସାଇ କିଶୋର ଓ ରସିଦ ଖାନ ରହିଛନ୍ତି। ଦଳ ଶେଷ ମ୍ୟାଚରେ ଚେନ୍ନଇ ସୁପରକିଙ୍ଗ୍‌ସ ନିକଟରୁ ୮୩ରନରେ ପରାଜିତ ହୋଇଥିଲା। ଉକ୍ତ ମ୍ୟାଚରେ ଦଳ ଉଭୟ ବ୍ୟାଟିଂ ଓ ବୋଲିଂରେ ବିଫଳ ହୋଇଥିଲା। ଉକ୍ତ ମ୍ୟାଚର ତ୍ରୁଟିକୁ ସୁଧାରି ଖେଳିବା ନେଇ ଦଳ ଲକ୍ଷ୍ୟ ରଖିଛି।

- Advertisement -

ଅନ୍ୟପକ୍ଷରେ ମୁମ୍ବଇ ଇଣ୍ଡିଆନ୍‌ସ ୧୪ଟି ମ୍ୟାଚ ଖେଳି ୮ଟି ବିଜୟ ଓ ୬ଟି ପରାଜୟ ସହ ୧୬ ପଏଣ୍ଟ ପାଇ ଟେବୁଲର ଚତୁର୍ଥ ସ୍ଥାନରେ ରହିଥିଲା। ବ୍ୟାଟିଂରେ ସୂର୍ଯ୍ୟକୁମାର ଯାଦବ ୬୪୦ରନ କରି ଚମତ୍କାର ଫର୍ମରେ ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ରୋହିତ ଶର୍ମା, ତିଳକ ବର୍ମା, ନମନ ଧିର ମଧ୍ୟ ରନ କରୁଛନ୍ତି। ହାର୍ଦିକ ପାଣ୍ଡ୍ୟା ନିୟମିତ ରନ କରିବାରେ ବିଫଳ ହେଉଛନ୍ତି। ଦଳର ୩ଜଣ ବିଦେଶୀ ଖେଳାଳି ରିୟାନ ରିକେଲଟନ, କୋରବିନ ବୁଚ୍‌ ଓ ୱିଲ ଜ୍ୟାକ୍‌ ପ୍ଲେଅଫ ପୂର୍ବରୁ ଦଳ ଛାଡ଼ିଛନ୍ତି। ପ୍ଲେଅଫ ଲାଗି ଦଳରେ ସ୍ଥାନ ପାଇଥିବା ଜନି ବେୟାରଷ୍ଟୋ ରିକେଲଟନଙ୍କ ସ୍ଥାନରେ ଖେଳିବା ନେଇ ଆଶା କରାଯାଉଛି। ବୋଲିଂ ବିଭାଗକୁ ଦେଖିବାକୁ ଗଲେ ଟ୍ରେଣ୍ଟ ବୋଲ୍‌ଟ, ଯଶପ୍ରୀତ ବୁମରା ଓ ଦୀପକ ଚହର ଦ୍ରୁତ ବୋଲିଂ ଭାର ସମ୍ଭାଳୁଛନ୍ତି। ମିଚେଲ ସାଣ୍ଟନର ଓ କର୍ଣ୍ଣ ଶର୍ମା ସ୍ପିନର ଦାୟିତ୍ବ ତୁଲାଉଥିବାବେଳେ ହାର୍ଦିକ ମଧ୍ୟ ଷଷ୍ଠ ବୋଲର ରହିଛନ୍ତି। ମୁମ୍ବଇ ଶେଷ ମ୍ୟାଚରେ ପଞ୍ଜାବ କିଙ୍ଗ୍‌ସ ନିକଟରୁ ୭ ୱିକେଟରେ ପରାଜିତ ହୋଇଥିଲା। ବୋଲିଂ ବିଫଳତା ପାଇଁ ଉକ୍ତ ମ୍ୟାଚରେ ପରାଜିତ ହୋଇଥିଲା। ଗୁଜରାଟ ବିପକ୍ଷରେ ଦଳ ପୂର୍ଣ୍ଣ ଶକ୍ତି ସାମର୍ଥ ସହ ଖେଳିବାକୁ ଲକ୍ଷ୍ୟ ରଖିଛି।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories