www.samajalive.in
Tuesday, December 9, 2025
15.1 C
Bhubaneswar

ପାକିସ୍ତାନକୁ ସର୍ଜିକାଲ ଷ୍ଟ୍ରାଇକ୍ ଭୟ; ସେନା କ୍ୟାମ୍ପରେ ଆତଙ୍କବାଦୀଙ୍କୁ ସ୍ଥାନାନ୍ତର

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମରୀ ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ ପ୍ରତିଟି ଭାରତୀୟଙ୍କ ମନରେ କ୍ରୋଧ ଓ ପ୍ରତିଶୋଧର ନିଆଁ ଜଳୁଛି । ପଡୋଶୀ ଦେଶର ଏଭଳି ନାରକୀୟ କାଣ୍ଡର ପ୍ରତିଶୋଧ ପାଇଁ ସରକାରଙ୍କ ନିକଟରେ ସାଧାରଣଲୋକେ ଦାବି କରିଛନ୍ତି । ପୁଣି ପାକିସ୍ତାନ ଉପରେ ଆଉ ଥରେ ସର୍ଜିକାଲ ଷ୍ଟ୍ରାଇକ କରାଯାଉ ବୋଲି ସମସ୍ତଙ୍କ ମୁହଁରୁ ଶୁଣିବାକୁ ମିଳିଛି । ଏହା ମଧ୍ୟରେ ପାକିସ୍ତାନ ପୁଣି ଥରେ ସର୍ଜିକାଲ ଷ୍ଟ୍ରାଇକ ଭୟରେ  ଏଲଓସି ନିକଟରେ ଥିବା ସମସ୍ତ ଆତଙ୍କୀ ଶିବିରକୁ ଖାଲି କରି ଦେଇଛି । ଲଞ୍ଚ ପ୍ୟାଡ୍ ନିକଟରେ ଥିବା ସେନା କ୍ୟାମ୍ପରେ କିଛି ଆତଙ୍କବାଦୀଙ୍କୁ ରଖାଯାଇଛି ।  ପୁଣି ଏକ ସର୍ଜିକାଲ ଷ୍ଟ୍ରାଇକ ଆଶଙ୍କାରେ ପାକିସ୍ତାନ ଭୟଭୀତ ହୋଇଥିବା ଏଥିରୁ ଜଣାପଡିଛି । କାରଣ ଉରି ଆତଙ୍କୀ ହମଲା ପରେ ପାକିସ୍ତାନ ସୀମା ଭିତରେ ପଶି ଭାରତୀୟ ସେନା ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲେ । ଟେରର ଲଂଚ ପ୍ୟାଡ ଗୁଡିକୁ ଟାର୍ଗେଟ କରିଥିଲେ ଭାରତୀୟ ସେନା ।

ମୋଦୀ ସରକାରଙ୍କ କହିବା ଅନୁଯାୟୀ ଆତଙ୍କୀ ସଙ୍ଗଠନ ଜୈଶ–ଏ-ମହମ୍ମଦ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ଭାରତୀୟ ସୈନ୍ୟବାହିନୀକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନୀ ସୈନ୍ୟ ଏଭଳି କିଛି ପୂର୍ବ ନିଷ୍ପତ୍ତି ନେଇଛନ୍ତି । ବେର ଦେଶର ସୀମାନ୍ତରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରୋଧୀ ଉଲ୍ଲଙ୍ଘନ କରିବା ଯୋଜନା ନାହିଁ ବୋଲି କାଶ୍ମୀରର ଉଚ୍ଚ ସ୍ତରୀୟ ଗୁପ୍ତ ସୂଚନାରୁ ଜଣାପଡିଛି । ଏହା ସହ ପାକିସ୍ତାନ ପ୍ରାୟ ୫୦ରୁ ୬୦ ଶୀତ କାଳୀନ ଶିବିରକୁ ଖାଲି ନକରି ପୁରୁଣା ସେନା ପରିବର୍ତ୍ତେ ନୂତନ ପିଲାଙ୍କୁ ଭର୍ତ୍ତି କରିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories