www.samajalive.in
Saturday, December 6, 2025
19.1 C
Bhubaneswar

ଭାରତ ପରେ ଇରାନର ଚେତାବନୀ: ଆତଙ୍କବାଦ ପାଇଁ ପାକିସ୍ତାନକୁ ଦେବାକୁ ପଡ଼ିବ ବହୁମୂଲ୍ୟ

ଦୁବାଇ: ଭାରତ ପରେ ଇରାନ ପାକିସ୍ତାନକୁ ଦୃଢ଼ ଚେତାବନୀ ଦେଇଛି। ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନକୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଇରାନର ରିଭଲ୍ୟୁଶନାରୀ ଗାର୍ଡ ମୁଖ୍ୟ ମେଜର ଜେନେରାଲ ମହମ୍ମଦ ଅଲୀ ଜଫାରି କହିଛନ୍ତି। ଗତ ବୁଧବାର ଇରାନ ସୀମାରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଦ୍ବାରା ଆତ୍ମଘାତୀ ବିସ୍ଫୋରଣ କରାଯିବା ଦ୍ବାରା ରିଭଲ୍ୟୁଶନ ଗାର୍ଡର ୨୭ ସୈନ୍ୟଙ୍କ ମୃତ୍ୟୁ ଘଟିଥିଲା। ଏଥିପାଇଁ ଇରାନ ପାକିସ୍ତାନ ସମେତ ସଉଦି ଆରବିଆ ଏବଂ ୟୁଏଇକୁ ଦାୟୀ କରିଛି। ଶନିବାର ଯବାନମାନଙ୍କ ଶ୍ରଦ୍ଧାଞ୍ଜଳି ଶୋଭାଯାତ୍ରାରେ ଜଫାରି ଯୋଗଦେଇ ଦେଶର ନାଗରିକମାନଙ୍କୁ ଉଦବୋଧନ ଦେଇ କହିଛନ୍ତି, ଏହି ଆକ୍ରମଣ ପ୍ରତିବାଦରେ ସମ୍ପୃକ୍ତ ଦେଶଗୁଡ଼ିକ ମଧ୍ୟ ଇରାନର ପ୍ରତିଶୋଧ ମୂଳକ ପଦକ୍ଷେପର ସାମ୍ନା କରିବାକୁ ପଡ଼ିବ। ପୂର୍ବରୁ ୬/୭ ଥର ଆତ୍ମଘାତୀ ଆକ୍ରମଣ କରିବାକୁ ଆତଙ୍କବାଦୀମାନେ ଉଦ୍ୟମ କରିଥିବାବେଳେ ଯବାନମାନେ ତାହାକୁ ପଣ୍ଡ କରିଥିଲେ ବୋଲି ଜଫାରି ସୂଚନା ଦେଇଛନ୍ତି। ଅନ୍ୟପଟେ ଆତଙ୍କବାଦୀ ଆକ୍ରମଣ ପଛରେ ସେମାନଙ୍କର ହାତ ନ ଥିବା ପାକିସ୍ତାନ, ସଉଦି ଆରବିଆ ଏବଂ ୟୁଏଇ କହିଛନ୍ତି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories