www.samajalive.in
Monday, December 8, 2025
27.1 C
Bhubaneswar

ନକ୍ସଲ ମୁକ୍ତ ହେଲା ବସ୍ତର

ସମାଜ ଡିଜିଟାଲ ଡେସ୍କ: ଦୀର୍ଘ ବର୍ଷ ପରେ ନକ୍ସଲ ମୁକ୍ତ ହୋଇଛି ବସ୍ତର । ବାମପନ୍ଥୀ ଉଗ୍ରବାଦୀ ପ୍ରଭାବିତ ଜିଲା ତାଲିକାରୁ ଛତିଶଗଡର ବସ୍ତରକୁ ବାଦ ଦିଆଯାଇଛି । ବସ୍ତରକୁ ରେଡ ଲିଷ୍ଟରୁ ବାଦ ଦେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ତାଲିକାରେ ଦେଶର କେବଳ ୧୮ଟି ଜିଲାକୁ ମାଓ ଗତିବିଧି ନେଇ ଦର୍ଶାଯାଇଛି । ତାଲିକାରେ ଛତିଶଗଡର ୬ଟି ଜିଲା ରହିଛି । ସବୁଠୁ ବଡ କଥା ହେଲା ବସ୍ତର ଓ କୋଣ୍ଡଗାଁ ମାଓଗଡ ଭାବେ ପରିଚିତ ଥିବାରୁ ଏବେ ଏହି ତାଲିକାରୁ ବାଦ ଦିଆଯାଇଛି । ଅର୍ଥାତ ଏହି ଅଞ୍ଚଳ ଏବେ ମାଓ ମୁକ୍ତ ହୋଇଛି ।
୮୦ଦଶକରୁ ମାଓଗଡ ଭାବେ ପରିଚିତ ଥିଲା ବସ୍ତର । ନକ୍ସଲଙ୍କୁ ନିପାତ କରିବାକୁ କେନ୍ଦ୍ର ସରାକର ସ୍ୱତନ୍ତ୍ର ନକ୍ସଲ ବିରୋଧୀ ଅଭିଯାନ ଆରମ୍ଭ କରିଥିଲେ । ସୁରକ୍ଷା କର୍ମୀଙ୍କ ଜୋରଦାର ଅପରେସନ ପରେ ଭୁଷଶୁଡିଛି ମାଓଗଡ । ଗତ ସପ୍ତାହରେ ଛତିଶଗଡର ଅବୁଝମାଡ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨୭ମାଓବାଦୀ ନିହତ ହେବା ସହ ସେଣ୍ଟ୍ରାଲ କମାଣ୍ଡର ମୁଖ୍ୟ ବାସବରାଜୁର ମୃତ୍ୟୁ ହୋଇଥିଲା ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories