www.samajalive.in
Friday, December 5, 2025
23.1 C
Bhubaneswar

ଓଡିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର : ପ୍ରଚଣ୍ଡ ଖରା ଓ ଅସହ୍ୟ ଗରମ ପରେ ବୁଧବାର ଓଡିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ନିର୍ଦ୍ଧାରିତ ସମୟ ପୂର୍ବରୁ ମୌସୁମୀ ବାୟୁ ଓଡିଶାରେ ପ୍ରବେଶ କରିଛି। ଦକ୍ଷିଣ ଓଡିଶାର କିଛି ସ୍ଥାନରେ ମୌସୁମୀ ବାୟୁ ଅଗ୍ରସର ହୋଇଛି। ଦକ୍ଷିଣ ଓଡିଶାରେ କିଛି ସ୍ଥାନରେ ବର୍ଷା ମଧ୍ୟ ହୋଇଛି। ୧୯୯୯ ମେ’୨୮ରେ ଓ ୨୦୦୯ରେ ମେ’ ୨୫ରେ ମୌସୁମୀ ଓଡିଶା ଛୁଇଁଥିଲା।
ସେପଟେ ଉତ୍ତର-ପଶ୍ଚିମ ଏବଂ ଏହାର ପାର୍ଶ୍ବବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ମଙ୍ଗଳବାର ଲଘୁଚାପ ରୂପ ନେଇଛି। ଏହା ୪୮ଘଣ୍ଟା ମଧ୍ୟରେ ଉତ୍ତରରେ ଗତି କରି ଅଧିକ ଘନୀଭୂତ ହୋଇପାରେ। ଲଘୁଚାପ ପ୍ରଭାବରେ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ପରବର୍ତ୍ତୀ ଦୁଇଦିନ ବଜ୍ରପାତ ସହ ପ୍ରବଳ ବର୍ଷା ହୋଇପାରେ। ଏହି ସମୟରେ ଘଡ଼ଘଡ଼ି ସହିତ ବର୍ଷା ସାଙ୍ଗକୁ ଘଣ୍ଟାପ୍ରତି ୫୦ରୁ ୬୦କି.ମି. ବେଗରେ ପବନ ବହିପାରେ। ଏଥିପାଇଁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ସତର୍କ ରହିବା ପାଇଁ ନିର୍ଦେଶ ଦିଆଯାଇଛି।

୫୦୦ ବର୍ଷ ପରେ ଗ୍ରହଙ୍କ ମହାସଂଯୋଗ: ଏହି ୩ ରାଶିଙ୍କ ପାଇଁ ଆସିଗଲା ସବୁଠାରୁ ଶୁଭ ସମୟ, ଧନର ହେବ ବର୍ଷା, ହେବ ବିବାହ, କିଣିବେ ଘର,ଗାଡି..

ଭିଡିଓ ଦେଖିଲେ ଭୟ ଲାଗିବ; ଜନବସତିରେ ପଶି କୁକୁରକୁ ଟାଣି ନେଲା ବାଘ, ବଞ୍ଚିଗଲେ ସିକ୍ୟୁରିଟି ଗାର୍ଡ

- Advertisement -

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories