www.samajalive.in
Friday, December 5, 2025
27.1 C
Bhubaneswar

ପୁଞ୍ଜିଲାଲ ମେହେର ଦୋଷୀ ସାବ୍ୟସ୍ତ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ବଲାଙ୍ଗୀର ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଆସିଛି ରାୟ । ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ପାଟଣାଗଡ ଏଡିଜେ କୋର୍ଟ । ୨ ହଜାର ପୃଷ୍ଠାର ଚାର୍ଜସିଟ୍ ଓ ୬୦ରୁ ଅଧିକ ସାକ୍ଷ୍ୟଗ୍ରହଣ ସହ ପ୍ରତିପକ୍ଷଙ୍କ ଜୋରଦାର ଯୁକ୍ତିତର୍କ ପରେ ଦୋଷୀ ସାବ୍ୟସ୍ତ ହୋଇଛି ପୁଞ୍ଜିଲାଲ। ମାମଲାରେ ଆଜି ଚୂଡାନ୍ତ ରାୟ ପ୍ରକାଶ ପାଇବ । ପୁଞ୍ଜିଲାଲ ମେହେରକୁ ଆଜି ସଜା ଶୁଣାଇବେ କୋର୍ଟ । ମାମଲାର ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ରାୟ ଶୁଣାଇବେ ପାଟଣାଗଡ ଏଡିଜେ କୋର୍ଟ । ସାଢେ ୭ବର୍ଷ ପରେ ଚୂଡାନ୍ତ ରାୟ ଆସିବାକୁ ଯାଉଥିବାରୁ ନ୍ୟାୟ ଅପେକ୍ଷାରେ ରହିଛନ୍ତି ବିସ୍ଫୋରଣରେ ପ୍ରାଣ ହରାଇଥିବା ସୌମ୍ୟ ଶେଖରଙ୍କ ପରିବାର । କୋର୍ଟ ତାଙ୍କ ପୁଅ ଓ ପରିବାରକୁ ନ୍ୟାୟ ଦେବେ ବୋଲି ଆଶାବାଦୀ ଅଛନ୍ତି ସୌମ୍ୟ ଶେଖରଙ୍କ ବାପା ଓ ମା । ଅଭିଯୁକ୍ତ ପୁଞ୍ଜିଲାଲଙ୍କୁ ଫାଶୀ ଦେବାକୁ ଦାବି କରିଛନ୍ତି ସୌମ୍ୟଙ୍କ ପରିବାର ।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories