www.samajalive.in
Tuesday, December 9, 2025
15.1 C
Bhubaneswar

ପୂର୍ବ ସରକାର ଭାଙ୍ଗିଥିବା ମଠର ହେବ ପୁନଃ ନିର୍ମାଣ: ଆଇନ ମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ଶ୍ରୀକ୍ଷେତ୍ରର ଗୋଟିଏ ସ୍ଥାନରେ ହେବ ସମସ୍ତ ମଠର ବିଜେସ୍ଥଳି। ପୂର୍ବ ସରକାର ଥଇଥାନ ଓ ସୌନ୍ଦର୍ଯ୍ୟକରଣ ନାଁରେ ଭାଙ୍ଗି ଦେଇଥିବା ମଠକୁ ପୁନଃ ନିର୍ମାଣ କରାଯିବ। ଶୁକ୍ରବାର ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି, ଗୋଟିଏ ଅଞ୍ଚଳ କିମ୍ବା ସ୍ଥାନରେ ହେବ ସମସ୍ତ ମଠର ବିଜେ ସ୍ଥଳି ଓ କୋଠାରୀ। ଏହା ଫଳରେ ମନ୍ଦିର ନୀତିକାନ୍ତି ସମ୍ପନ୍ନ କରିବା ସହଜ ହେବ। ଏନେଇ ସରକାର ଦେବୋତ୍ତର ବିଭାଗ ମୁଖ୍ୟଙ୍କ ସହ ଦୁଇଥର ବୈଠକ କରିସାରିଛନ୍ତି। ଏଥିସହ ସମସ୍ତ ମଠ ମୁଖ୍ୟ, ଜିଲାପାଳ, ମନ୍ଦିର ପ୍ରଶାସକ, ପରିଚାଳନା କମିଟି ସହ ମଧ୍ୟ ଆଲୋଚନା ହୋଇସାରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories