ଗୋପାଳପୁର: ଅପରେସନ ସିନ୍ଦୂରର ବିଜୟଗାଥା ତଥା ଯବାନ ଙ୍କ ପକ୍ଷରୁ ପେହଲଗାଁଓଆକ୍ରମଣର ସଠିକ ଭାବେ ବଦଲା ନିଆଯାଇଥିବାରୁ ଯବାନଙ୍କ ମନୋବଳ ବଢାଇବା ଏବଂ ଦେଶବାସୀଙ୍କୁ ବିଜୟଗାଥାକୁ ମନେ ପକାଇବା ଉଦ୍ଦେଶ୍ୟରେ ବିଜେପି ପକ୍ଷରୁ ଆରମ୍ଭ କରାଯାଇଥିବା ତ୍ରିରଙ୍ଗା ରାଲି ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଗୋପାଳପୁର ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗ ଦେଇଥିଲେ । ମନ୍ତ୍ରୀ ରାଲିର ଶୁଭାରମ୍ଭ କରିବା ସହ ନିଜେ ସାମିଲ ହୋଇ ପଦଯାତ୍ରାରେ ଗାଁ ଗାଁ ବୁଲିଥିଲେ। ଏହି ଯାତ୍ରା କନିଷି, ଶାସନପଦର, ଗୋଳନ୍ଥରା,ଗୋଳାବନ୍ଧ,କମଳାପୁର, ବକ୍ସପଲି ହୋଇ ଆମ୍ବପୁଆ ଠାରେ ସମାପ୍ତ ହୋଇଥିଲା। ଏହି ଯାତ୍ରା ରେ ମନ୍ତ୍ରୀ ଶ୍ରୀଜେନାଙ୍କ ସମେତ ସମସ୍ତ ଉପସ୍ଥିତ ଲୋକଙ୍କୁ ବିପୁଳ ସ୍ବାଗତ ସମ୍ବର୍ଧନା ପ୍ରଦାନ କରାଯାଇଥିଲା।
Popular Categories



