www.samajalive.in
Tuesday, December 9, 2025
16.1 C
Bhubaneswar

ଭାରତୀୟ ଡେପୁଟି ହାଇକମିଶନରଙ୍କୁ ପାକିସ୍ତାନର ସମନ

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପୁଣି ଥରେ ବିବାଦ ବଢ଼ିଛି। ଏହି ଘଟଣାରେ ଗତ ଶୁକ୍ରବାର ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନ ହାଇକମିଶନରଙ୍କୁ ସମନ କରାଯିବା ପରେ ପାକିସ୍ତାନ ଅନୁରୂପ ଭାବେ ଭାରତକୁ ଟାର୍ଗେଟ କରିଛି। ପାକିସ୍ତାନ ପକ୍ଷରୁ ଇସଲାମାବାଦରେ ଅବସ୍ଥାପିତ ଭାରତୀୟ ଡେପୁଟି ହାଇକମିଶନରଙ୍କୁ ସମନ ଜାରି କରିଛି। ପାକିସ୍ତାନର ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳାୟ ପକ୍ଷରୁ ଭାରତୀୟ ଡେପୁଟି ହାଇକମିଶନର ଗୌରବ ଆହଲୁୱାଲିଆଙ୍କୁ ସମନ କରାଯାଇଛି। ପୁଲୱାମା ଆକ୍ରମଣ ନେଇ ଭାରତ ପାକିସ୍ତାନ ବିରୋଧରେ କରିଥିବା ଅଭିଯୋଗ ଭିତ୍ତିହୀନ ଏବଂ ଅମୂଳକ ବୋଲି ବୈଦେଶିକ ମନ୍ତ୍ରଣାଳୟର ବେିଦେଶିକ ସଚିବ କହିଛନ୍ତି। ସୂଚନାଯୋଗ୍ୟ, ଭାରତ ପକ୍ଷରୁ ପାକିସ୍ତାନ ହାଇକମିଶନର ସୋହେଲ ମହମ୍ମୁଦଙ୍କୁ ଶୁକ୍ରବାର ସମନ କରାଯାଇ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ବନ୍ଦ କରିବା ଏବଂ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦିଆଯାଇଥିଲା। ଅନ୍ୟପଟେ ଇସଲାମାବାଦରେ ଅବସ୍ଥାପିତ ଭାରତୀୟ ହାଇକମିଶନର ଅଜୟ ବିସାରିଆଙ୍କୁ ଦିଲ୍ଲୀ ଫେରି ଆସିବାକୁ ଭାରତ ପକ୍ଷରୁ କୁହାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories