www.samajalive.in
Monday, December 8, 2025
27.1 C
Bhubaneswar

ଜୁଆ ଖେଳରେ ୬ ଗିରଫ; ବାଇକ୍, ମୋବାଇଲ ଓ କାର ଜବତ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଥାନା ଅନ୍ତର୍ଗତ ଗୋଡଭଗା ପଞ୍ଚାୟତ କେନ୍ଦୁ ପାଲି ଗାଆଁର ଏକ ବୁଦା ନିକଟରେ ବହୁ ଦିନରୁ ଜୁଆ ଆଡ୍ଡା ସାଜିଥିବା ଖବରକୁ ନେଇ ତାଙ୍କୁ ଧରିବା ପାଇଁ ଅତାବିରା ପୁଲିସ ଏକ ଟିମ୍ ଗଠନ କରି ଅତର୍କିତ ଭାବେ ଚଢ଼ାଉ କରିଥିଲା। ହେଲେ ସେଠାରୁ ବହୁତ୍ ଲୋକ ଖସି ପଳାଇ ଯାଇ ଥିବା ବେଳେ ଜଣେ ବିଲ ଭିତରକୁ ଡେଇଁ ତଳେ ପଡିଯିବାରୁ ଆଉ ପାଞ୍ଚ ଜଣ ତାକୁ ଉଦ୍ଧାର କରିବାକୁ ଆସିଥିବା ବେଳେ ସେମାନେ ମଧ୍ୟ ପୁଲିସ କବଜାରେ ଛନ୍ଦି ହୋଇଥିଲେ। ସେମାନେ ହେଲେ ସମ୍ବଲପୁର ଜିଲ୍ଲା କ୍ଷେତରାଜପୁର ଥାନା ବଡ ବଜାରର ପପୁ ସିଂହ ଚୌହାନ(୩୯), ରେଙ୍ଗାଲି ଥାନା ଶାସନର ପ୍ରଭାତ ମାହାନା (୩୦), କ୍ଷେତରାଜପୁର ଥାନା ଚେରୁଆ ପଡ଼ା ସୁରଜ୍ ପୋଢ଼ (୨୫), ବରଗଡ଼ ଜିଲ୍ଲା ଅତାବିରା ଥାନା ଗୋଡଭଗା କ୍ରୀଷ୍ଣା ସେଠ୍(୩୫), ଲୁରୁପାଲି ମୋହନ ତାଣ୍ଡି (୩୫), ବରଗଡ଼ ଟାଉନ ଥାନା ୱାର୍ଡ ନଂ -୧୪ ହେମରାଜ ମଲ୍ଲିକ (୩୮)ଙ୍କୁ ଗିରଫ କରି ସେମାନଙ୍କ ଠାରୁ ୧୬,୪୦୦ ନଗଦ, ୪ଟି ମୋବାଇଲ, ଗୋଟିଏ କାର,ବାଇକକୁ ଜବତ କରି ଅଧିକରୁ ଅଧିକ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ପ୍ରକାଶ କର୍ଣ୍ଣ ସୂଚନା ଦେଇଛନ୍ତି।

ରାହୁଙ୍କ କୃପାରୁ ନିଶ୍ଚୟ ଧନୀ ହୁଅନ୍ତି ଏହି ୨ଟି ରାଶି : ହଠାତ୍‌ ମିଳେ ଧନ, ସୁଖମୟ, ରାଜା ଭଳି ଜୀବନ

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories