www.samajalive.in
Wednesday, December 10, 2025
26.1 C
Bhubaneswar

ବେଦାନ୍ତ ଆଲୁମିନିୟମରେ ଆନ୍ତର୍ଜାତୀୟ ପରିବାର ଦିବସ

ଝାରସୁଗୁଡା : ଭାରତର ସର୍ବବୃହତ ଆଲୁମିନିୟମ୍ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ୍, ‘ଗର୍ବିତ ପିତାମାତା’ (ପ୍ରାଉଡ୍ ପ୍ୟାରେଣ୍ଟସ୍‍) କାର୍ଯ୍ୟକ୍ରମ ଆୟୋଜନ କରି ଆନ୍ତର୍ଜାତୀୟ ପରିବାର ଦିବସ ପାଳନ କରିଛି । ଏହା କର୍ମଚାରୀଙ୍କ ପିତାମାତାଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଆୟୋଜିତ ଏକ ବାର୍ଷିକ କାର୍ଯ୍ୟକ୍ରମ । ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ସେମାନଙ୍କୁ ଝାରସୁଗୁଡ଼ାରେ ଏହାର ମେଗା ଆଲୁମିନିୟମ କାରଖାନାର ପ୍ରଥମ ଅଭିଜ୍ଞତା ପ୍ରଦାନ କରିବା ଏବଂ ଏହାର କର୍ମଚାରୀଙ୍କ ମଧ୍ୟରେ ଏକ ପରିବାର କୈନ୍ଦ୍ରିକ ସଂସ୍କୃତିକୁ ପ୍ରୋତ୍ସାହିତ କରିବା।

ଚଳିତ ବର୍ଷ ମିଳିତ ଜାତିସଂଘ ଦ୍ୱାରା ନିର୍ଦ୍ଧାରିତ ବିଷୟବସ୍ତୁ-“ସ୍ଥାୟୀ ବିକାଶ ପାଇଁ ପରିବାର-ଭିତ୍ତିକ ନୀତି” କୁ ଧ୍ୟାନରେ ରଖି, କମ୍ପାନୀର ପରିବାର ଦିବସ ସମାରୋହର କେନ୍ଦ୍ରରେ ‘ଗର୍ବିତ ପିତାମାତା’ ର ସଦ୍ୟତମ ସଂସ୍କରଣ ଆୟୋଜିତ ହୋଇଥିଲା। ଏହି ଦୁଇ ଦିନିଆ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ, ବିଶ୍ୱର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦନ କାର‌୍ୟ୍ୟ ମଧ୍ୟରୁ ଅନ୍ୟତମ ଏହି କାରଖାନାକୁ ଝାରସୁଗୁଡ଼ାରେ ଥିବା ବେଦାନ୍ତ କର୍ମଚାରୀଙ୍କ ପିତାମାତାଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସେମାନଙ୍କୁ କାର୍ବନ, ପଟଲାଇନ, କାଷ୍ଟ ହାଉସ ଏବଂ ପାୱାର ପ୍ଲାଣ୍ଟ ଅଞ୍ଚଳ ସମେତ କାରଖାନା ମଧ୍ୟରେ ଥିବା ପ୍ରମୁଖ ୟୁନିଟଗୁଡ଼ିକୁ ବୁଲି ଦେଖିବାର ସୁଯୋଗ ମିଳିଥିଲା ।

- Advertisement -

ଏହା ବ୍ୟତୀତ, ସେମାନଙ୍କୁ କର୍ମଚାରୀଙ୍କ ଉଦ୍ଦିଷ୍ଟ ଟାଉନସିପ୍ ପରିଦର୍ଶନରେ ମଧ୍ୟ ନିଆଯାଇଥିଲା, ଯେଉଁଠାରେ ମନୋରଞ୍ଜନ କ୍ଷେତ୍ର, ସୁଇମିଂ ପୁଲ୍, ଜିମ୍, ଷ୍ଟାଡିୟମ, ଅଡିଟୋରିୟମ୍, ଡେ କେୟାର ସୁବିଧା, ସୁପରମାର୍କେଟ, ଡାକ୍ତରଖାନା ଏବଂ ଅନ୍ୟାନ୍ୟ ଅନେକ ସୁବିଧା ରହିଛି । ଆହୁରି ମଧ୍ୟ ସେମାନଙ୍କୁ ଝାରସୁଗୁଡ଼ାରେ ବେଦାନ୍ତ ଦ୍ୱାରା ଚାଲିଥିବା ଗୋଷ୍ଠୀ ବିକାଶ ପ୍ରକଳ୍ପ ସହିତ ପରିଚିତ କରାଯାଇଥିଲା, ଯାହା ଶିକ୍ଷା, ଜୀବିକା, ସ୍ୱାସ୍ଥ୍ୟସେବା, ଦକ୍ଷତା ବିକାଶ ଏବଂ ଗୋଷ୍ଠି ଭିତ୍ତିଭୂମି ସମେତ ଅନେକ କ୍ଷେତ୍ରରେ ପରିବ୍ୟାପ୍ତ।

ବେଦାନ୍ତ ଆଲୁମିନିୟମର ସିଓଓ ସୁନୀଲ ଗୁପ୍ତା କହିଥିଲେ ଯେ “ବେଦାନ୍ତରେ, ଆମେ ବିଶ୍ୱାସ କରୁ ଯେ ଏକ ସୁଦୃଢ଼ ସଙ୍ଗଠନ ସୁଦୃଢ଼ ପରିବାର ଏବଂ ସୁଦୃଢ଼ ଗୋଷ୍ଠୀ ଭାଗିଦାରୀର ମୂଳଦୁଆ ଉପରେ ନିର୍ମିତ ହୋଇଥାଏ। ତେଣୁ ଆନ୍ତର୍ଜାତୀୟ ପରିବାର ଦିବସ ଅବସରରେ ଆମର ପଦକ୍ଷେପ କେବଳ ଏକ ଉତ୍ସବ ନୁହେଁ-ବେଦାନ୍ତ ଟିମର ପ୍ରତ୍ୟେକ ସଦସ୍ୟଙ୍କୁ ଦୃଶ୍ୟମାନ, ମୂଲ୍ୟବାନ ଏବଂ ସଶକ୍ତ ଅନୁଭବ କରିବା ପାଇଁ ଏହା ଆମର ପ୍ରତିବଦ୍ଧତାର ଏକ ଅଂଶ । ପିତାମାତାଙ୍କୁ ବ୍ୟବସାୟର ପ୍ରଥମ ଝଲକ ପ୍ରଦାନ କରିବା ଏବଂ ସେମାନଙ୍କ ପିଲାମାନଙ୍କ ଦ୍ୱାରା ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ସାକ୍ଷୀ ହେବା ସହିତ ସେମାନଙ୍କର ସୁସ୍ଥତାର ଭଲ ଯତ୍ନ ନିଆଯାଉଛି ବୋଲି ଆଶ୍ୱାସନା ପ୍ରଦାନ କରିବା ‘ଗର୍ବିତ ପିତାମାତା’ ପଦକ୍ଷେପର ଉଦ୍ଦେଶ୍ୟ ।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories