www.samajalive.in
Wednesday, December 10, 2025
18.1 C
Bhubaneswar

ସୋପିଆନରେ ୩ ଲଶ୍କର ଆତଙ୍କୀଙ୍କୁ ନିପାତ କଲା ସେନା

ସମାଜ ଡିଜିଟାଲ ଡେସ୍କ: ଜାମ୍ମୁ-କାଶ୍ମୀରର ସୋପିଆନ ଜିଲାରେ ସେନାକୁ ବଡ଼ ସଫଳତା ମିଳିଛି। ଗୁଳିବିନିମୟ ସମୟରେ ଭାରତୀୟ ଯବାନମାନେ ଲଶ୍କର-ଏ-ତଇବା ସଂଗଠନତ ୩ ଆତଙ୍କୀଙ୍କୁ ନିପାତ କରିଛନ୍ତି। ସୋପିଆନର ଜମ୍ପାଥରି ଅଞ୍ଚଳରେ ଏହି ଗୁଳିବିନିମୟ ଜାରି ରହିଛି।

ପହଲଗାଓଁ ଆକ୍ରମଣ ପରେ ସେନା ପକ୍ଷରୁ ଅପରେସନ ‘ସିନ୍ଦୂର’ ଜରିଆରେ ପାକିସ୍ତାନର ଆତଙ୍କୀ ଶିବିରଗୁଡ଼ିକ ଉପରେ ଘନ ଘନ ଆକ୍ରମଣ କରାଯାଇଥିଲା। ଏହି ଅପରେସନରେ ସୀମା ପାର ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରାଯିବା ପରେ ଏବେ ସେନା ସୀମା ଭିତରେ ଛପିଥିବା ଆତଙ୍କୀଙ୍କୁ ନିପାତ କରିବା ଲାଗି ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ସୋପିଆନ ସମେତ ବିଭିନ୍ନ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ କଡ଼ାକଡ଼ି କରାଯାଇଛି।

- Advertisement -

ସୋପିଆନର ଜମ୍ପାଥରିରେ କିଛି ଆତଙ୍କୀ ଲୁଚିଥିବା ଖବର ପାଇ ସେନା ପକ୍ଷରୁ ସେଠାରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଏହି ସମୟରେ ମଙ୍ଗଳବାର ସକାଳେ ଯବାନମାନେ ଲଶ୍କର ଆତଙ୍କୀମାନଙ୍କୁ ଘେରିଯାଇଥିଲେ। ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ଚାଲିଥିଲା, ଯେଉଁଥିରେ ୩ ଆତଙ୍କୀ ସଫା ହୋଇଥିବା ସୂଚନା ମିଳିଛି। ଆହୁରି କିଛି ଆତଙ୍କୀ ଲୁଚି ରହିଥିବାରୁ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories