www.samajalive.in
Monday, December 8, 2025
27.1 C
Bhubaneswar

ଏବେ ବି ପଞ୍ଜାବରେ ସ୍କୁଲ ବନ୍ଦ ; ରାଜସ୍ଥାନରେ ଧିରେ ଧିରେ ସୁଧୁରୁଛି ସ୍ଥିତି

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରରେ ଶୁକ୍ରବାର ରାତି ଶାନ୍ତି ଓ ନିୟନ୍ତ୍ରଣ ରେଖା ଓ ଆନ୍ତର୍ଜାତୀୟ ସୀମାରେ ଭାରତୀୟ-ପାକିସ୍ତାନୀଙ୍କ ମଧ୍ୟରେ କୌଣସି ସଂଘର୍ଷ ଦେଖାଯାଇନାହିଁ ବୋଲି ସୂଚନା ମିଳିଛି । ଭାରତ-ପାକିସ୍ତାନ ସୀମାରେ ଲାଗି ରହିଥିବା ଉତ୍ତେଜନା ମଧ୍ୟରେ ପଞ୍ଜାବ-ରାଜସ୍ଥାନର କିଛି ଜିଲାରେ ସୋମବାର ମଧ୍ୟ ସ୍କୁଲ-କଲେଜ ବନ୍ଦ ରହିଛି । ଭାରତୀୟ ସେନା ପକ୍ଷରୁ ସୋମବାର ସକାଳେ ମିଳିଥିବା ସୂଚନାନୁସାରେ ଜମ୍ମୁ-କାଶ୍ମୀର ଓ ଆନ୍ତର୍ଜାତୀୟ ସୀମାରେ ରାତିରେ ପ୍ରାୟ ଶାନ୍ତିପୂର୍ଣ୍ଣ ବାତାବରଣ ରହିଥିଲା। କୌଣସି ଅପ୍ରିୟ ଘଟଣାର ସୂଚନା ମିଳିନାହିଁ। ପଞ୍ଜାବର ସୀମାବର୍ତ୍ତି ଗାଁ ଫିରୋଜପୁର ଓ ପଠାନକୋଟରେ ମଧ୍ୟ ପରିସ୍ଥିତି ସାମାନ୍ୟ ହେଉଥିବା ଦେଖାଯାଉଛି। ସେହିପରି ରାଜସ୍ଥାନର ସୀମାବର୍ତ୍ତି ଜିଲାରେ ପରିସ୍ଥିତି ସୋମବାର ସାମାନ୍ୟ ହେଉଥିବା ନଜର ଆସିଛି। ଲୋକେ ନିଜର ଦୈନନ୍ଦିନ କାର୍ଯ୍ୟ ଆରମ୍ଭ କରୁଥିବା ଦେଖାଯାଇଛି । ପାକିସ୍ତାନ ସହ ଉତ୍ତେଜନା ଲାଗି ରହିଥିବାରୁ ରବିବାର ରାତି ମଧ୍ୟ ଏସବୁ ସ୍ଥାନ ‘ବ୍ଲାକ୍‌ ଆଉଟ୍‌ରେ’ କଟିଥିଲା । ସୋମବାର ସକାଳେ ପରିସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ହୋଇଥିବା ଦେଖାଯାଇଛି।

୫୦ ବର୍ଷ ପରେ ଶକ୍ତିଶାଳୀ ତ୍ରିଗ୍ରହୀ ଯୋଗ ; ଏହି ରାଶିଙ୍କୁ ମିଳିବ ଖାଲି ସଫଳତା, ହେବେ ମାଲାମାଲ୍‌, ବଢିବ ଦରମା..

ରିୟଲମି ଜିଟି ୭ ସିରିଜ୍‌ ; ଆସୁଛି ସବୁଠାରୁ ଜବରଦସ୍ତ ବ୍ୟାଟେରୀର ସ୍ମାର୍ଟଫୋନ୍‌, ହୋସ୍‌ ଉଡାଇବ ଡିଜାଇନ୍‌, ଫିଚର

- Advertisement -

ଦେଖନ୍ତୁ ଭିଡିଓ ; ଢାବାକୁ ଆସିଥିଲେ ଭାରତୀୟ ସୈନ୍ୟ, ତା’ପରେ ହେଲା ଏମିତି..

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories