ଭୁବନେଶ୍ୱର : ପ୍ରେମ, ପ୍ରତାରଣାର ଅନେକ ମାମଲା ବାରମ୍ବାର ସାମ୍ନାକୁ ଆସୁଛି। ମାତ୍ର ରବିବାର ରାଜଧାନୀ ଭୁବନେଶ୍ୱରରେ ଘଟିଛି ଯାଇଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣା ଅନୁଯାୟୀ ରିସେପ୍ସନ୍ ଷ୍ଟେଜରୁ ବରକୁ ଉଠାଇ ନେଇଛି ପ୍ରେମିକା । ଅଧାରୁ ଭୋଜି ବନ୍ଦ ହୋଇଥିବା ବେଳେ ବର ଏବେ ଥାନାରେ । ରବିବାର ରାତିରେ ରାଜଧାନୀ ଭୁବନେଶ୍ୱରର ଧଉଳି ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା। ରାତିରେ ଏକ ମଣ୍ଡପରେ ରିସେପ୍ସନ୍ ଭୋଜି ଚାଲିଥିବା ବେଳେ ସେଠାରେ ପହଞ୍ଚିଥିଲେ ବର ସାଜିଥିବା ଯୁବକଙ୍କ ପ୍ରେମିକା । ତା’ପରେ ଆରମ୍ଭ ହୋଇଥିଲା ହାଇଡ୍ରାମା । ଉକ୍ତ ଯୁବତୀଙ୍କ ସହ ଯୁବକ ଜଣକଙ୍କ ପୂର୍ବରୁ ନିର୍ବନ୍ଧ ଶେଷ ହୋଇଥିଲା । ମାତ୍ର ଯୁବକ ଜଣକ ଅନ୍ୟ ଯୁବତୀଙ୍କୁ ବିବାହ କରିଥିବା ନେଇ ଯୁବତୀ ଥାନାରେ ଅଭିଯୋଗ କରିଥିଲେ । ଯୁବତୀ ଜଣକ ପୁଲିସ ସହାୟତାରେ ମଣ୍ଡପରେ ପହଞ୍ଚି ଥିଲେ । ଏହାପରେ ପୁଲିସ ତଦନ୍ତ ଆରମ୍ଭ କରିବା ସହ ପଚରାଉଚରା ପାଇଁ ବରକୁ ପୁଲିସ ଥାନାରେ ଅଟକ ରଖିଛନ୍ତି ।
୫୦ ବର୍ଷ ପରେ ଶକ୍ତିଶାଳୀ ତ୍ରିଗ୍ରହୀ ଯୋଗ ; ଏହି ରାଶିଙ୍କୁ ମିଳିବ ଖାଲି ସଫଳତା, ହେବେ ମାଲାମାଲ୍, ବଢିବ ଦରମା..
ରିୟଲମି ଜିଟି ୭ ସିରିଜ୍ ; ଆସୁଛି ସବୁଠାରୁ ଜବରଦସ୍ତ ବ୍ୟାଟେରୀର ସ୍ମାର୍ଟଫୋନ୍, ହୋସ୍ ଉଡାଇବ ଡିଜାଇନ୍, ଫିଚର
ଦେଖନ୍ତୁ ଭିଡିଓ ; ଢାବାକୁ ଆସିଥିଲେ ଭାରତୀୟ ସୈନ୍ୟ, ତା’ପରେ ହେଲା ଏମିତି..



