www.samajalive.in
Monday, December 8, 2025
27.1 C
Bhubaneswar

କିସ୍‌କୁ ‘ଏନ୍‌ଜିଓ ଅଫ୍‌ ଦି ଇଅର୍‌’ ପୁରସ୍କାର

ଭୁବନେଶ୍ବର : ବିଶ୍ୱର ସର୍ବବୃହତ ଆବାସିକ ଜନଜାତି ଅନୁଷ୍ଠାନ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ୍‌ ସାଇନ୍‌ସେସ୍‌ (କିସ୍‌)କୁ ଚଳିତବର୍ଷ ପାଇଁ ଏନ୍‌ଜିଓ ଅଫ୍‌ ଦି ଇଅର୍‌-୨୦୧୯ ପୁରସ୍କାର ପ୍ରଦାନ କରାଯାଇଛି। ଶିକ୍ଷା ଜରିଆରେ ଜନଜାତିକୁ ସଶକ୍ତିକରଣ କରାଯିବା ଭଳି ଉଲ୍ଲେଖନୀୟ ସମାଜିକ କାର୍ଯ୍ୟ ପାଇଁ ବେଙ୍ଗାଲୁରର ୟୁଏସ୍‌ବି ଫୋରମ୍‌ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ବୁଧବାର ବେଙ୍ଗାରୁଲଠାରେ ଅନୁଷ୍ଠିତ ସିଏସ୍‌୍ଆର ସମ୍ମିଳନୀ ଓ ପୁରସ୍କାର ୨୦୧୯ର ଦ୍ୱିତୀୟ ସଂସ୍କରଣ ଅବସରରେ କିସ୍‌କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। କିସ୍‌ ପକ୍ଷରୁ ମିହିର ନାୟକ ଓ ସସ୍ମିତା ରାଉତ ଏହି ପୁରସ୍କାର ଗ୍ରହଣ କରିଥିଲେ। ସମ୍ମିଳନୀରେ ଦେଶର ବହୁ ଖ୍ୟାତିସମ୍ପନ୍ନ ଅନୁଷ୍ଠାନ ଯୋଗଦେଇଥିବା ବେଳେ କିସ୍‌କୁ ପ୍ୟାନେଲ୍‌ରେ ଥିବା ଚୟନ କମିଟି ଏହି ପୁରସ୍କାର ପାଇଁ ମନୋନୀତ କରିଥିଲେ। ଏହି ପ୍ରତିଯୋଗିତାରେ ଇନ୍‌ଫୋସିସ୍‌, କ୍ରସିଲ୍‌ ରେକ୍‌ ଫାଉଣ୍ଡେସନ୍‌, ଟାଟା ହିଟାଚି, ଟୟଟା କିର୍ଲୋସ୍କାର, ସିଏଏଫ୍‌ ଇଣ୍ଡିଆ, ଏମ୍‌ଫାସିସି୍‌, ସିନର୍ଜୀ, ଆଦାନୀ ଫାଉଣ୍ଡେସନ୍‌, ଆଇବିଏମ୍‌, ଡେଲ୍‌ ଆଦି ଶହେରୁ ଊର୍ଦ୍ଧ୍ବ କମ୍ପାନୀ ଅଂଶଗ୍ରହଣ କରିଥିବା ବେଳେ କିସ୍‌କୁକୁ ଏନ୍‌ଜିଓ ଅଫ୍‌ ଦି ଇଅର୍‌ ପୁରସ୍କାର ପ୍ରଦାନ କରାଯାଇଥିଲା। କିସକୁ ପୁରସ୍କାର ମିଳିବା େନଇ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି, କିସ୍‌ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ, ଜନଜାତି ସମୁଦାୟ, ଛାତ୍ରଛାତ୍ରୀଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇପାରିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories