www.samajalive.in
Sunday, December 7, 2025
16.1 C
Bhubaneswar

ପାକିସ୍ତାନର ୫ ବଡ଼ ଆତଙ୍କୀ ସଫା, ସସମ୍ମାନେ ଶେଷକୃତ୍ୟ କଲା ସେନା

ସମାଜ ଡିଜିଟାଲ ଡେସ୍କ: ମେ ୭ ରାତିରେ ଆରମ୍ଭ ହୋଇଥିବା ଅପରେସନ ‘ସିନ୍ଦୂର’ର ପ୍ରଥମ ଦିବସ ଆକ୍ରମଣରେ ପାକିସ୍ତାନରେ ଆଡ୍ଡା ଜମାଇଥିବା ଅନେକ ଆତଙ୍କୀ ନିହତ ହୋଇଥିଲେ। ଭାରତର ଆକ୍ରମଣରେ ପ୍ରଥମେ ଜୈଶ-ଏ-ମହମ୍ମଦ ଆତଙ୍କୀ ସଂଗଠନର ମୁଖ୍ୟ ମାସୁଦ ଆଝାରର ଭାଇଁ ରୌଫ ଆଝାର ନିହତ ହୋଇଥିଲା। ଏହା ସହିତ ମାସୁଦର ୧୦ ପରିବାର ସଦସ୍ୟ ପ୍ରାଣ ହରାଇଥିଲେ।

ତେବେ ମେ ୭ ଆକ୍ରମଣରେ ଆହୁରି କିଛି ବଡ଼ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରେ ମାସୁଦ ଆଝାରର ୨ ଭିଣୋଇ ମଧ୍ୟ ରହିଛନ୍ତି।

- Advertisement -

ନିହତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ଲଶ୍କର ଆତଙ୍କୀ ମୁଦାସର ଖାଦିଆନ ଖାସ ଓରଫ ଆବ୍ବୁ ଜୁନ୍ଦାଲ ରହିଛି। ସରକାରୀ ସ୍କୁଲରେ ତା’ର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମୁଦାସର ମୁରିଦକେରେ ମର୍କଜ ତଏବାରେ ସକ୍ରିୟ ଥିଲା। ସେହିପରି ମାସୁଦର ୨ ଭିଣୋଇ ତଥା ଜୈଶ ସଂଗଠନର ଆତଙ୍କବାଦୀ ମହମ୍ମଦ ୟୁସୁଫ ଆଝାର ଏବଂ ହାଫିଜ ମହମ୍ମଦ ଜମିଲ ନିହତ ହୋଇଛନ୍ତି। ୟୁସୁଫ କାନ୍ଦାହାର ବିମାନ ଅପହରଣରେ ସାମିଲ ଥିଲା। ସେହିପରି ଲଶ୍କର ଆତଭ୍କୀ ଖଲିଦ ଓରଫ ଅବ୍ବୁ ଆକାଶ ଏବଂ ଜୈଶର ଆଉ ଜଣେ ଆତଙ୍କୀ ମହମ୍ମଦ ହାସନ ଖାନ ରହିଛନ୍ତି। ଏମାନଙ୍କ ଶେଷକୃତ୍ୟରେ ପାକ୍‌ ସେନା ଏବଂ ସ୍ଥାନୀୟ ପୁଲିସ ଅଧିକାରୀମାନେ ଯୋଗଦେଇଥିଲେ। ସାମରିକ ସମ୍ମାନର ସହିତ ସମସ୍ତଙ୍କର ଶେଷକୃତ ହୋଇଛି। ପାକ୍ ସେନା ମୁଖ୍ୟ ଏବଂ ବରିଷ୍ଠ ଅଧିକାରୀମାନେ ପୁଷ୍ପଗୁଚ୍ଛ ଦେଇ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories