www.samajalive.in
Friday, December 12, 2025
19.1 C
Bhubaneswar

ଗୋପବନ୍ଧୁ ଚିର ନମସ୍ୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ‘ନିଜ ସ୍ବାର୍ଥ ଲାଗି ଜାତ ନୁହେଁ ହିନ୍ଦୁ, ବିଶ୍ବହିତେ ହିନ୍ଦୁ ପ୍ରତି ରକ୍ତବିନ୍ଦୁ’- ଏଭଳି ଉକ୍ତିର ସ୍ରଷ୍ଟା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଚିର ନମସ୍ୟ। ତାଙ୍କ ଜୀବନଚିତ୍ର, ବହୁମୁଖୀ ଭାବନା, ସାଧନାର ସମଷ୍ଟି କାଳଖଣ୍ଡରେ ଲିପିବଦ୍ଧ ହୋଇ ରହିଛି। ଅନେକ ଘାତ ପ୍ରତିଘାତ ମଧ୍ୟରେ ସମର୍ପିତ ବ୍ୟକ୍ତିତ୍ବ ଭାବେ ସେ ସେବା, ତ୍ୟାଗର ଯେଉଁ ମହାନ ନିଦର୍ଶନ ସୃଷ୍ଟି କରିଛନ୍ତି ତାହା ଆମ ସମସ୍ତଙ୍କୁ ଅନୁପ୍ରେରିତ କରୁଥିବ। ତାଙ୍କରି ଆଦର୍ଶ, ବିଚାରଧାରାରେ ଅନୁପ୍ରାଣିତ ହୋଇ ଓଡ଼ିଶାକୁ ବିକାଶର ଶିଖରରେ ପହଞ୍ଚାଇବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ କହିଛନ୍ତି।
ଗୁରୁବାର ସନ୍ଧ୍ୟାରେ ଲୋକସେବକ ମଣ୍ଡଳର ସଭାପତି ଶ୍ରୀ ରାଜକୁମାର ଓ ପରାମର୍ଶଦାତା ରାମନାଥ ଝା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଭୁବନେଶ୍ବରସ୍ଥିତ ଆବାସିକ କାର୍ଯ୍ୟାଳୟରେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ସଭାପତି ଶ୍ରୀ ରାଜକୁମାର ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ପଦ୍ମଭୂଷଣ ଡ. ରାଧାନାଥ ରଥ, ମହାନ ରାଜନେତା ବିଶ୍ବନାଥ ଦାଶଙ୍କ ପରି ମହାମନିଷୀଙ୍କ ତ୍ୟାଗ ଓ ଶତାୟୁ ସମ୍ବାଦପତ୍ର ‘ସମାଜ’ର ଓଡ଼ିଶା ବିକାଶ କ୍ଷେତ୍ରରେ ଅନବଦ୍ୟ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଓଡ଼ିଶା ସରକାର ଉତ୍କଳମଣିଙ୍କ ନାଁରେ ‘ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା’ ପ୍ରଣୟନ କରିବା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ଶ୍ରୀ ରାଜକୁମାର କହିବା ସହ ଶ୍ରୀ ମାଝୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଗୋପବନ୍ଧୁଙ୍କ ସ୍ମୃତିରକ୍ଷା ଓ ତାଙ୍କର ସ୍ବଳ୍ପ ଜୀବନ କାଳର ତ୍ୟାଗପୂତ ଜୀବନୀ ଆଗାମୀ ପିଢ଼ି ନିମନ୍ତେ ସଂରକ୍ଷିତ କରାଯିବା ଦିଗରେ କାର୍ଯ୍ୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ। ସରକାରଙ୍କ ୧ ବର୍ଷରୁ କମ୍‌ କାର୍ଯ୍ୟକାଳ ମଧ୍ୟରେ ଶ୍ରୀମନ୍ଦିର ପାଇଁ ୫ ଶହ କୋଟିର କର୍ପସ ପାଣ୍ଠି ଗଠନ ଏବଂ ମନ୍ଦିର ଚାରିଦ୍ବାର ଖୋଲିବା, ଧାନର ଏମ୍‌ଏସ୍‌ପି ୩୧ ଶହ ଟଙ୍କାକୁ ବୃଦ୍ଧି, ମହିଳାଙ୍କୁ ସାମାଜିକ ଓ ଆର୍ଥିକ ସଶକ୍ତୀକରଣ ନିମନ୍ତେ ସୁଭଦ୍ରା ଯୋଜନା ଲାଗୁ କରିବା, ଜନତାଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଆୟୁଷ୍ମାନ ଯୋଜନା ଲାଗୁ, ବିକଶିତ ଗାଁ, ବିକଶିତ ଓଡ଼ିଶା ସହିତ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ ପାଇଁ ଅ‌େ‌ନ୍ତ୍ୟାଦୟ ଯୋଜନା, ଘଟଗାଁ ତାରିଣୀ ପୀଠ ସମେତ ରାଜ୍ୟର ଧାର୍ମିକ ଓ ଆଧ୍ୟାତ୍ମିକ ପୀଠର ସାମଗ୍ରିକ ବିକାଶ ନିମନ୍ତେ ଅନୁଦାନ ଆମ ସରକାରର ବଡ଼ ଉପଲବ୍ଧି। ସେହିପରି ଜନଅଭିଯୋଗ ଶୁଣାଣି ଅବସରରେ ଲୋକଙ୍କ ପାଖକୁ ସରକାର ଯିବା ଏକ ସକାରାତ୍ମକ ବାର୍ତ୍ତା ଦେଇଛି। ଆଗାମୀ ଦିନରେ ସବୁ ଜିଲାରେ ଅଭିଯୋଗ ଶୁଣାଣି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଗୋପବନ୍ଧୁଙ୍କ ବିଚାରଧାରାର ପ୍ରଚାର ଓ ପ୍ରସାର ପାଇଁ ‘ସମାଜ’ ତଥା ଲୋକସେବକ ମଣ୍ଡଳର ସହଯୋଗ ସର୍ବଦା ଜାରି ରହିବ ବୋଲି ଶ୍ରୀ ରାଜକୁମାର ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଗୋପବନ୍ଧୁଙ୍କ ଜୀବନୀ ଓ ଅନ୍ୟାନ୍ୟ ପୁସ୍ତକାବଳୀ ଲୋକସେବକ ମଣ୍ଡଳର ସଭାପତି ପ୍ରଦାନ କରିଥିଲେ।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories