www.samajalive.in
Monday, December 8, 2025
17.1 C
Bhubaneswar

ଆମ ଜୀବନ ଯାଉ ପଛେ, ପାକିସ୍ତାନକୁ ସାବାଡ କର

ସମାଜ ଡିଜିଟାଲ ଡେସ୍କ: ଭାରତ ଏବଂ ପାକିସ୍ତାନ ଉତ୍ତେଜନା ପରିସ୍ଥିତି ଜାରି ରହିଛି । ଗୋଟିଏ ପଟେ ଭାରତ କେବଳ ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କ ଆଡ୍ଡାକୁ ଟାର୍ଗେଟ କରୁଥିବା ବେଳେ ପାକିସ୍ତାନ କିନ୍ତୁ ଭାରତର ଆବାସିକ ଅଞ୍ଚଳଗୁଡିକୁ ଟାର୍ଗେଟ କରୁଛି । ରାଜସ୍ଥାନର ଜୈସଲମେରରେ ଏକ ଜୀବନ୍ତ ବୋମା ମିଳିବା ଯୋଗୁଁ ଆତଙ୍କ ସୃଷ୍ଟି ହୋଇଛି । ଜୈସଲମେର ପାକିସ୍ତାନ ସୀମା ସଂଲଗ୍ନ ଅଞ୍ଚଳ । ବୋମା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ପୁଲିସ ଫୋର୍ସ ଏବଂ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ଫଳରେ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇଯାଇଛନ୍ତି । ଯେଉଁଘର ସାମ୍ନରେ ବୋମା ପଡିଥିଲା, ସେହି ଘରେ ରହୁଥିବା ଲୋକମାନେ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ବର୍ଣ୍ଣାନା କରିଛନ୍ତି ।

ସେମାନେ କହିଛନ୍ତି ରାତିରେ ହଠାତ ବୋମାଟି ପ୍ରଚଣ୍ଡ ଶକ୍ତି ସହିତ ପଡିବାରୁ ମାଟି ତଳେ ପୋତି ହୋଇଯାଇଥିଲା । ଏହା ଆମର ଭାଗ୍ୟ ଥିଲା ଯେ ବୋମାଟି ଫୁଟିନଥିଲା । ଏହାପରେ ପୁଲିସକୁ ଖବର ଦିଆଯାଇଥିଲା । ଆବାସିକ ଅଞ୍ଚଳ ଉପରେ ଆକ୍ରମଣ କରି ପାକିସ୍ତାନ ଭୁଲ କରୁଛି କି ନାହିଁ ଲୋକଙ୍କୁ ପଚାରିବାରୁ ଏହାର ଜବାବରେ ସେମାନେ କହିଛନ୍ତି ଯେ ପାକିସ୍ତାନକୁ ପୁରା ଧ୍ୱଂସ କରିଦେବା ଦରକାର । ଏହାବ୍ୟତୀତ ଲୋକମାନେ କହିଛନ୍ତି ଯେ ଆମର ଜୀବନ ଯାଉ ପଛେ କିନ୍ତୁ ପାକିସ୍ତାନକୁ ଜମାରୁ ଛାଡିବା ଉଚିତ ନୁହେଁ ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories