ହରଭଙ୍ଗା : ବୌଦ୍ଧ ବନଖଣ୍ଡ ପୁରୁଣାକଟକ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ରାମଗଡ଼ ମହାନଦୀ ପଠାରେ ଏକ ଜଙ୍ଗଲୀ ଦନ୍ତାହାତୀ ଗୁରୁବାର ସକାଳୁ ଉପଦ୍ରବ ସୃଷ୍ଟି କରିଛି। ହାତୀଟି ଅନୁଗୁଳ ଜିଲ୍ଲା ଆଠମଲିକ ପାର୍ଶ୍ଵରୁ ମହାନଦୀ ପାର ହୋଇ ବୌଦ୍ଧ ପଟକୁ ଚାଲି ଆସିଥିବା ଜଣାପଡିଛି। ହାତୀ ମହାନଦୀ ପଠାରେ ଥିବା ଆମ୍ବବଗିଚାରେ ପଶି ଉପଦ୍ରବ କରିଥିବା ବେଳେ ପାଖରେ ଥିବା ତରଭୁଜ, ପନିପରିବା ଫସଲ ନଷ୍ଟ କରିବା ଯଥେଷ୍ଟ ଆଶଙ୍କା ରହିଛି। ହାତୀକୁ ଦେଖି ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ହାତୀର ସୁରକ୍ଷା ଦୃଷ୍ଟିରେ ରଖି ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଥିବା ବେଳେ ପୁରୁଣାକଟକ ରେଞ୍ଜ ଅଫିସର ଜୟନ୍ତ କୁମାର ଦାଶ ତାଙ୍କ ଟିମ ସହ ଘଟଣାସ୍ଥଳରେ ପହଁଚି ହାତୀର ଗତିବିଧି ଅନୁଧ୍ୟାନ ଚଳେଇଛନ୍ତି। ହାତୀଟି ବର୍ତମାନ ନଳିଆ ଘାଟ ପାଖରେ ଥିବା ଜଣାପଡିଛି।
ସୋଫିଆଙ୍କ ଧର୍ମ କ’ଣ.. ଜାଣନ୍ତୁ ଗୁଗଲ୍ରେ ପାକିସ୍ତାନୀ ସର୍ଚ୍ଚ କରୁଛନ୍ତି ଏସବୁ..


