www.samajalive.in
Friday, December 5, 2025
27.1 C
Bhubaneswar

‘ଅପରେସନ ସିନ୍ଦୂର’- ଏବେ କ’ଣ କରିବ ପାକିସ୍ତାନ

ସମାଜ ଡିଜିଟାଲ ଡେସ୍କ: ପହଲଗାଓଁ ଆକ୍ରମଣରେ ୨୬ଜଣ ଜୀବନ ହାନିର ପ୍ରତିଶୋଧ ନେଇଛି ଭାରତ । ପାକିସ୍ତାନରେ ଆତଙ୍କବାଦୀ ବିରୋଧୀରେ ‘ଅପରେସନ ସିନ୍ଦୂର’ ଆତଙ୍କୀଙ୍କ ଆଡ୍ଡାକୁ ଧ୍ୱଂସ କରି କଡା ଜବାବ ଦେଇଛି ଭାରତ । ହେଲେ ପାକିସ୍ତାନ ଏହି ଆଟାକକୁ ଏଡାଇବା ସହ ଭାରତ ଉପରେ ପାଲଟା ଅଭିଯୋଗ କରିଛି । ମିଛ ଆରୋପ ଲଗାଇ ପାକ୍‌ ପକ୍ଷରୁ କୁହାଯାଇଛି ଯେ ଭାରତ ଏୟାରଷ୍ଟ୍ରାଇକ୍‌ ଆଳରେ ମହିଳା, ଶିଶୁ ଓ ମସଜିଦ୍‌ ଗୁଡିକୁ ଟାର୍ଗେଟ କରିଛି ।
ମଧ୍ୟ ରାତ୍ରିରେ ଭାରତୀୟ ସେନା ପାକ୍‌ରେ ପ୍ରବେଶ କରି ଆତଙ୍କବାଦୀଙ୍କ ଆଡ୍ଡାକୁ ଲକ୍ଷ୍ୟ କରି ମିସାଇଲ ମାଡ କରିଥିଲେ । ଆତଙ୍କୀଙ୍କ କ୍ୟାମ୍ପ ମଧ୍ୟରେ ମୁଜାଫରବାଦ, ଅହମ୍ମଦପଚୀ, ଇଷ୍ଟ କୋଟେଲି, ମୁରୀଦକ୍‌, ସିଆଲକୋଟ୍‌ରେ ଥିବା ଆଡ୍ଡା ଉପରେ ମିସାଇଲ ମାଡ ହୋଇଛି । ସେଥିମଧ୍ୟରେ ବାହାବଲପୁର ସ୍ଥିତ ଲସ୍କର-ଏ-ତୋଇବାର ହେଡ କ୍ୱଟର ମଧ୍ୟ ଧ୍ୱଂସ ହୋଇଛି । ଭାରତ ଏଭଳି ଭାବେ ଆକ୍ରମଣ କରିବ ବୋଲି କେବେ ବି ଭାବିନଥିଲା ପାକିସ୍ତାନ । ପାକିସ୍ତାନ ପାଖରେ ଯାହାର ଜବାବ ଦେବାକୁ ସମୟ ମଧ୍ୟ ମିଳିନଥିଲା । ଭାରତ ପକ୍ଷରୁ ଏୟାରଷ୍ଟ୍ରାଇକ ପରେ ଅପମାନରେ ପାକିସ୍ତାନ କଣ କରିବ କିଛି ଭାବିପାରୁନି । ଅନ୍ତର୍ଜାତୀୟ ସ୍ତରରେ ଲଜ୍ଜତ ହେବାକୁ ବଞ୍ଚିବାକୁ ଭାରତ ଉପରେ ମିଛ ଆରୋପ ଲଗାଇବା ଆରମ୍ଭ କରିଛି ପାକ୍‌ ।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories